ପୁଟୁକା ୟୁ.ପି ସ୍କୁଲର ବାର୍ଷିକୋତ୍ସବ

Oplus_131072

ପୁଟୁକା ୟୁ.ପି ସ୍କୁଲର ବାର୍ଷିକୋତ୍ସବ

ବିଜେପୁର/ବରଗଡ : ବରଗଡ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ପୁଟୁକା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ପ୍ରଧାନ ଶିକ୍ଷୟିତ୍ରୀ ବନିତା ପୁଟାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଆମ ଖେଳଣା ଆମ ସଂସ୍କୃତି ଯୋଜନାରୁ ଆୟୋଜିତ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ସର୍ଜନ ଡନସନା ଉପସ୍ଥିତ ଥିବା ବେଳେ ମୁଖ୍ୟବକ୍ତା ଭାବେ ସ୍ଥାନୀୟ ସି.ଆର୍.ସି.ସି ହେମନ୍ତ ଆରୁକ ଉପସ୍ଥିତ ଥିଲେ । ସମ୍ମାନୀୟ ଅତିଥି ଭାବେ ଖୁଣ୍ଟପାଲି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟ ପ୍ରକାଶ ଗିରି, ବେନିଆଁଚାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମପ୍ରସାଦ ବାଗ, ଏସ୍.ଏମ୍.ସି ଚେୟାରପର୍ସନ୍ ପ୍ରକାଶ ଡନସନା, ଗ୍ରାମର ଶିକ୍ଷାବିତ ରମେଶ ଡନସନା, ଓ୍ବାର୍ଡ ସଭ୍ୟ ଦୁର୍ଲ୍ଲଭ ଭୋଏ ଓ ବିରେନ୍ଦ୍ର ଡନସନା ପ୍ରମୁଖ ଉପସ୍ଥିତ ରହି ବହୁମୂଲ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ । ବରିଷ୍ଠ ଶିକ୍ଷକ ପ୍ରସନ୍ନ ଧରୁଆ ସୁଚାରୁ ରୂପେ ସଭା ପରିଚାଳନା ଦାୟୀତ୍ବ ତୁଳାଇଥିବା ବେଳେ ସହକାରୀ ଶିକ୍ଷକ ଭିକାରୀ ଭୋଇ ବାର୍ଷିକ ବିବରଣୀ ପଠନ କରିଥିଲେ । ପୂଜାର୍ଚ୍ଚନା ପରେ ସ୍ଥାନୀୟ ଛାତ୍ରୀମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ । ଅତିଥିଗଣଙ୍କ ସମୁଚିତ ହୃଦୟସ୍ବର୍ଶି ବକ୍ତବ୍ୟରେ ଅନୁପ୍ରାଣିତ ହୋଇ ଆଗାମୀ ଦିନରେ ଶିକ୍ଷାର ବିକାଶ ନିମିତ୍ତ ସଚେତନତା ପୂର୍ବକ ବିଦ୍ୟାଳୟ ପ୍ରତି ଧ୍ୟାନ ରହିବ ବୋଲି ଅଭିଭାବକ ତଥା ଗ୍ରାମବାସୀଙ୍କ ତରଫରୁ ଦୃଢୋକ୍ତି ପ୍ରକାଶ ପାଇଥିଲା । ୧୯୬୦ ମସିହାରେ ପ୍ରାଥମିକ ଓ ୨୦୦୮ ମସିହାରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭାବେ ପ୍ରତିଷ୍ଠା ଲାଭ ପାଇଥିବା ଉକ୍ତ ବିଦ୍ୟାଳୟର ଉକ୍ତ ବାର୍ଷିକୋତ୍ସବ ଆଗ ଅପେକ୍ଷା ସବୁ କ୍ଷେତ୍ରରେ ଉତ୍କୃଷ୍ଟ ଥିଲା ବୋଲି ଉପସ୍ଥିତ ଦର୍ଶକବୃନ୍ଦ ପ୍ରକାଶ କରିଥିଲେ । ଏହି ଅବସରରେ କ୍ରୀଡା ତଥା ବିଭିନ୍ନ ବିଭାଗରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରଷ୍କୃତ କରାଯାଇଥିଲା । ତୁଳସୀରାମ ଗଡତିଆ, ଶିକ୍ଷୟିତ୍ରୀ ସେବତି ବିଶି, ଆସରାନୀ ସୋଏ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ତୁଳସିରାମ ଗଡତିଆ ଧନ୍ୟବାଦ ଜ୍ଞାପନ କରିଥିଲେ । ପରେ ଛାତ୍ରୀ ଛାତ୍ରମାନଙ୍କ ଦ୍ବାରା ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।

Oplus_131072

Leave a Comment

Your email address will not be published. Required fields are marked *

Scroll to Top