୧୦୧ ତମ ପ୍ରତିଷ୍ଠା ଦିବସ ପାଳନ

Oplus_131072

୧୦୧ ତମ ପ୍ରତିଷ୍ଠା ଦିବସ ପାଳନ

ଭଟଲି/ବରଗଡ : ବରଗଡ଼ ଜିଲ୍ଲା ଭଟଲି ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ କାଶିପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ୧୦୧ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟୀ ସଭାପତି ପବିତ୍ର ମହାପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗ୍ରାମ୍ୟ ଶାନ୍ତି କମିଟୀର ସମ୍ପାଦକ ବିଦ୍ୟାଧର ମହାପାତ୍ର ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ରମେଶ ପଧାନ, ବିଦ୍ୟାଧର ମହାପାତ୍ର ଉପସ୍ଥିତ ଥିଲେ । ପ୍ରଧାନ ଶିକ୍ଷକ ସୁଦାମ ସେଟ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଓ ବିଦ୍ୟାଳୟର ଉପଲବ୍ଧି ବିଷୟରେ ତଥା ଆଗାମୀ ଦିନରେ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ପ୍ରତି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଉତ୍ସର୍ଗୀକୃତ ଭାବେ କାମ କରିବାକୁ ଆହ୍ବାନ ଦେଇଥିଲେ । ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଅତିଥିଗଣ ବକ୍ତବ୍ୟ ମାଧ୍ୟମରେ ମୂଲ୍ୟବାନ ଉପଦେଶମାନ ପ୍ରଦାନ କରିଥିଲେ । ସହକାରୀ ଶିକ୍ଷକ ପ୍ରଦୀପ କୁମାର ପଧାନ ସୂଚାରୁ ରୂପେ ସଭା ପରିଚାଳନା କରିଥିବା ବେଳେ ଶିକ୍ଷକ ଦେବ ପ୍ରସାଦ ବାଗ ଓ ଗୋବିନ୍ଦ ବାଗ ସହଯୋଗ କରିଥିଲେ ।

Oplus_131072

Leave a Comment

Your email address will not be published. Required fields are marked *

Scroll to Top