

ବରମୁଣ୍ଡା ୟୁ.ପି ସ୍କୁଲର ବାର୍ଷିକୋତ୍ସବ
ବିଜେପୁର/ବରଗଡ : ବରଗଡ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ବରମୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆମ ଖେଳଣା ଆମ ସଂସ୍କୃତି ଯୋଜନାରୁ ଆୟୋଜିତ ଉକ୍ତ ଉତ୍ସବକୁ ସ୍ଥାନୀୟ ସମିତି ସଭ୍ୟ ବ୍ୟାସଦେବ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ପଧାନ, ଦିବାକର ବରିହା, ସୁଶାନ୍ତ କୁମାର ପାଣ୍ଡେ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ଥିଲେ । ବାନ୍ଦୁପାଲି କ୍ଲଷ୍ଟରର ସି.ଆର୍.ସି.ସି ସୀତାରାମ ଦୀପ, ବଡବାଉଁଶେନର ଦୁର୍ବାଦଳ ବଡଗୋଛିଆ, ବିଜେପୁରର ସୁଧାଂଶୁ ଶେଖର ଜାଲ, ଯୋଖିପାଲିର ତ୍ରିନାଥ ସେଠଙ୍କ ସମେତ ସ୍କୁଲ ପରିଚାଳନା କମିଟୀ ସଦସ୍ୟ/ସଦସ୍ୟାଗଣ ଉପସ୍ଥିତ ଥିଲେ । ପ୍ରଧାନ ଶିକ୍ଷକ ସନ୍ତୋଷ ବାଗ ବିବରଣୀ ପଠନ ଓ ଶିକ୍ଷକ ଅମୀୟ ପ୍ରସାଦ ଭୋଇ ସଭା ପରିଚାଳନା କରିଥିଲେ ।


ଏହି ଅବସରରେ ମୋ ସ୍କୁଲ ଅଭିଯାନକୁ ସହାୟତା କରିଥିବା ମୋହନ ସିଂ, ପ୍ରଫୁଲ୍ଲ ଚନ୍ଦ୍ର ଦାଶ, ସନ୍ତୋଷ ବାଗ, ଆନନ୍ଦ ଚନ୍ଦ୍ର ମହାପାତ୍ର, ମିତା ଗଡତୀୟା, ବିଭୂତି ଭୂଷଣ ସାହୁ, ଅମୀୟ ପ୍ରସାଦ ଭୋଇ, ସୌଦାମିନୀ ବାରିକ, ଲିଳିମା ପଧାନ, ମନୋଜ ସାହୁ, ହିମାଂଶୁ ସାହୁ, ଅକ୍ଷୟ ପଧାନ, ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ବିଭିନ୍ନ ବିଭାଗରେ କୃତି ଛାତ୍ରଛାତ୍ରୀଙ୍କୁ ପୁରଷ୍କୃତ କରାଯାଇଥିଲା । ମୁକ୍ତେଶ୍ବର ମେହେର, ବିଶ୍ବଜିତ ହୋତା, ମିତା ଗଡତିୟା, ସୌଦାମିନୀ ବାରିକ, ନୀଳିମା ପଧାନ, ସାବିତ୍ରୀ ପଧାନ, ଲିଲି ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ବିଭୂତି ଭୂଷଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ଛାତ୍ରୀ ଛାତ୍ରମାନଙ୍କ ଦ୍ବାରା ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।





