ସମ୍ବଲପୁରୀ ସାହିତ୍ୟ ପତ୍ରିକା ମହକେଲ ଲୋକାର୍ପିତ
ବିଜେପୁର/ବରଗଡ : ବରଗଡ ଜିଲ୍ଲା ବିଜେପୁର ଖଗେଶ୍ବର ସାହିତ୍ୟ କଳା ପରିଷଦର ବାର୍ଷିକ ସମଲପୁରୀ ସାହିତ୍ୟ ପତ୍ରିକା ମହକେଲର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସଭାପତି ମୋହନ ସିଂ କହ୍ନେଇଙ୍କ ଅଧ୍ୟକ୍ଷତାରେ ପ୍ରାଧ୍ୟାପକ ଡ.ପ୍ରଦୀପ କୁମାର ପ୍ରଧାନ, ସାମାଜିକକର୍ମୀ ଜନାର୍ଦ୍ଦନ ପାଣିଗ୍ରାହୀ ଅତିଥି ଭାବେ ଯୋଗଦେଇ ଥିଲେ । ଏହି ଅବସରରେ ପରିଷଦର ବାର୍ଷିକ ସମ୍ବଲପୁରୀ ସାହିତ୍ୟ ପତ୍ରିକା ମହକେଲର ତିସରା ବଛର -ତିସରା ସଂଖ୍ୟାକୁ ଅତିଥିଗଣ ଲୋକାର୍ପିତ କରିଥିଲେ । ସମ୍ପାଦକ ରାଜେଶ୍ବର ବେହେରା ସ୍ବାଗତ ଭାଷଣ, ଉପ-ସଭାପତି ହୃଦମଣି ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏଥିରେ ଆଲୋଚନା, ମୌଳିକ ପ୍ରବନ୍ଧ, କଥାନି, ନାଟକ, କବିତା, ଅଞ୍ଚଳର ସାହିତ୍ୟ, ସାଂସ୍କୃତିକ ଖବର ପ୍ରକାଶ ପାଇଛି । ଏହା ସହ ନୂଆଁ କରି କଲମ ଧରୁଥିବା ନବୀନ ପିଢିଙ୍କର କବିତା, କଥାନି ସ୍ଥାନୀତ କରାଯାଇଥିବା ସଂପାଦକ ସୂଚନା ପ୍ରଦାନ କରିଥିଲେ । କବି ତୁଳସୀ ରାମ ମେହେର, ଦିଲେଶ ମେହେର, ଯୁବରାଜ ଦୀପ, ଦେବାଶିଷ ମେହେର ପ୍ରମୁଖ ସହଯୋଗ ଥିଲେ । ଅଧ୍ୟାପକ ଡକ୍ଟର ଚିନ୍ମୟ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।



