ଜାରିଂ କ୍ଲଷ୍ଟରର ବିନି ନାଏକ ବ୍ଲକ ଟପ୍ପର
ବିଜେପୁର/ବରଗଡ ବରଗଡ ଜିଲ୍ଲା ବିଜେପୁର ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଏଥିରେ ଜାରିଂ କ୍ଲଷ୍ଟର ଅନ୍ତର୍ଗତ ପିପିଲିପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ବିନି ନାଏକ ସର୍ବାଧିକ ୪୪ ନମ୍ବର ରଖି ବ୍ଲକ ଟପ୍ପର୍ ହେବାର ଗୌରବ ଅର୍ଜନ କରିଛନ୍ତି । ଫଳରେ ମାତା ପଦ୍ମାସିନୀ ନାଏକ ଓ ପିତା ସୁରେନ୍ଦ୍ର ନାଏକଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟୁଛି । ସୂଚନାଯୋଗ୍ୟ ଯେ ଜଣେ ମେଧାବୀ ଛାତ୍ରୀ ଭାବେ ପରିଚିତ ବିନି ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷାରେ କୃତିତ୍ବ ହାସଲ କରି ଗାଁ ତଥା ବିଦ୍ୟାଳୟର ଶ୍ରୀ ବୃଦ୍ଧି କରିଥିଲେ । କଠିନ ପରିଶ୍ରମ ସହ ଶିକ୍ଷକ ତଥା ମାତା ପିତାଙ୍କ ଆଶୀର୍ବାଦ ଯୋଗୁଁ ଏହି ସଫଳତା ମିଳିଥିବା ମେଧାବୀ ଛାତ୍ରୀ ବିନି ନାଏକ କହିଛନ୍ତି ଓ ଭବିଷ୍ୟତରେ ଜଣେ ଆଦର୍ଶ ଶିକ୍ଷୟିତ୍ରୀ ହେବାର ଲକ୍ଷ ରଖିଛନ୍ତି । ବିନି ଦିନମଜୁରିଆ ମାତାପାତାଙ୍କର ଦ୍ବିତୀୟ ସନ୍ତାନ ହୋଇଥିବା ବେଳେ ବଡଭଉଣୀ ରାନୀ ଷଷ୍ଠ ଓ ସାନଭଉଣୀ ଲଭଲି ଦ୍ବିତୀୟ ଶ୍ରେଣୀରେ ଅଧ୍ୟୟନରତ । ସେହିପରି ଜାରିଂ କ୍ଲଷ୍ଟରର ଅନ୍ୟ ପାଞ୍ଚ ଗୋଟି ସ୍କୁଲର ୧୧ ଜଣ ଛାତ୍ରୀ ଛାତ୍ର ସଫଳତା ହାସଲ କରିଥିବା ଜଣାପଡିଛି । କ୍ଷେତରପଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ନୀଲମ ଖମାରୀ (UR-3), ସାଗରିକା ଭୋଇ (UR-4), ସୋନାକ୍ଷୀ ଖେତି (UR-18), ସିମରନ୍ ବାଗ (UR-22), ଗୌତମୀ ଭଏନା (SC-4), ପୂର୍ଣ୍ଣା ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରିୟାଂଶୁ ପାତ୍ର (UR-43), ପ୍ରିୟାଂଶୀ ନାଗ (SC-6.), ଲେମଧର ସେବାଶ୍ରମର ପରିଧି ନାଏକ, ଏମ୍.ଗଣ୍ଡପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସ୍ବହିତ ସାହୁ, ସ୍ମୃତି ରାନୀ ଲୁହା, ମାନପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆୟୂଷ ସାହୁ କୃତିତ୍ବର ସହିତ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ସଫଳ ହୋଇଛନ୍ତି । ଏତାଦୃଶ ସଫଳତା ପାଇଁ ଜାରିଂ କ୍ଲଷ୍ଟର ଅନ୍ତର୍ଗତ ବୁଡାପାଲି, ଜାରିଂ ଓ ସମଲାଇପଦର ପଞ୍ଚାୟତର ବୁଦ୍ଧିଜୀବୀ ତଥା ଶିକ୍ଷା ପ୍ରେମୀ ମହଲରେ ଖୁସିର ଲହରୀ ଖେଳିଯାଇଛି ।



