ଶ୍ରୀ ସିମେଣ୍ଟ ତରଫରୁ ହୋଲି ମିଳନ ୨୦୨୫

Oplus_131072

ଶ୍ରୀ ସିମେଣ୍ଟ ତରଫରୁ ହୋଲି ମିଳନ ୨୦୨୫

ବରଗଡ : ବରଗଡ ସ୍ଥାନୀୟ ସ୍ବୟଂସିଦ୍ଧା ଭବନଠାରେ ବରଗଡ ଶ୍ରୀ ସିମେଣ୍ଟ ତରଫରୁ ହୋଲି ମିଳନ ୨୦୨୫ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ସେଲ୍ ପ୍ରମୋଟର ସରୋଜ ଅଗ୍ରଓ୍ବାଲଙ୍କ ତତ୍ତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀ ସିମେଣ୍ଟର ଆଞ୍ଚଳିକ ପରିଚାଳକ ଶ୍ରୀୟେସ୍ ସୌରଭ ଶୁକ୍ଲା ଉପସ୍ଥିତ ରହି ଅଞ୍ଚଳରେ କିପରି ଶ୍ରୀ ସିମେଣ୍ଟର ଚାହିଦା ବଢିବା ସହିତ ସମସ୍ତ ଡିଲର୍ ଓ ରିଟେଲର୍ କିପରି ସରଳ ଓ ସହଜ ଉପାୟରେ କାର୍ଯ୍ୟ କରି ଅନୁଷ୍ଠାନର ମର୍ଯ୍ୟାଦା ବଢାଇ ପାରିବେ ସେ ବିଷୟରେ ବିଶେଷ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଏହି ଅବସରରେ ସମସ୍ତଙ୍କୁ ହୋଲିର ଶୁଭ କାମନା ଜଣାଇବା ସହିତ କର୍ମକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସେଲ ପ୍ରମୋଟର ସରୋଜ ଅଗ୍ରଓ୍ବାଲଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । କାର୍ଯ୍ୟକ୍ରମରେ ବରଗଡ ଜିଲ୍ଲା ଅଞ୍ଚଳର ସମସ୍ତ ଡିଲର ଓ ରିଟେଲରଙ୍କ ପରିବାର ସମେତ ପ୍ରାୟଃ ୩୦୦ ଜଣଙ୍କ ଉପସ୍ଥିତି ଥିବା ବେଳେ ସମସ୍ତେ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଖାଦ୍ୟ ଖାଇବାର ମଜା ଉଠାଇଥିଲେ । ସେଲ୍ ଅଫିସର୍ ଦିପ୍ତି ରଞ୍ଜନ ଭୋଇ କାର୍ଯ୍ୟକ୍ରମର ପରିଚାଳନା ଦାୟିତ୍ବ ସୁଚାରୁ ରୂପେ ତୁଲାଇଥିଲେ ।

Oplus_131072

Leave a Comment

Your email address will not be published. Required fields are marked *

Scroll to Top