

ଅଇଲପୁର ଉ.ପ୍ରା ବିଦ୍ୟାଳୟର ବାର୍ଷିକୋତ୍ସବ
ବିଜେପୁର/ବରଗଡ : ବରଗଡ଼ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ଅନ୍ତର୍ଗତ ଅଇଲପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସହ ଗୋଷ୍ଠୀ ଶିକ୍ଷାଧିକାରୀ ଦିବାକର ବରିହାଙ୍କ ସଦୟ ଉପସ୍ଥିତି ତଥା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲକ୍ଷ୍ମନାରାୟଣ ରଣlଙ୍କ ପ୍ରତ୍ୟକ୍ଷ ତତ୍ତ୍ୱlବଧାନରେ ପାଳିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ଡ.ବିବେକlନନ୍ଦ ପ୍ରଧାନ ଉପସ୍ଥିତ ଥିବା ବେଳେ ମୁଖ୍ୟବକ୍ତା ଭାବେ ପରିତୋଶ ପ୍ରଧାନ, ସମ୍ମାନୀତ ଅତିଥି ଭାବେ ୟାକୁବ ନନ୍ଦ, ସି.ଆର୍.ସି.ସିି ଦୁର୍ବlଦଳ ବଡ଼ଗୋଛିଆ, ସୀତାରାମ ଦୀପ, ରଜେଶ୍ୱର ବେହେରା ଓ ତିନାଥ ସେଠ୍, ନାଏବ ସରପଞ୍ଚ ଶୁକଦେବ ବାରିକ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ବହୁମୂଲ୍ୟ ବକ୍ତବ୍ୟ ରଖିଥିଲେ । ଶିକ୍ଷକ ପ୍ରେମରାଜ ପ୍ରଧାନଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ମେଧାବୀ ତଥା କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମରେ ଯଜ୍ଞାସେନୀ ସାହୁ, ଚlରୁଚରଣ ବିଶ୍ବାଳ, ଚିତ୍ତରଞ୍ଜନ ସୁନା, ବିଜୟ କୁମାର ସାହୁ, କସ୍ତୁରୀ ନାଗ ପ୍ରମୁଖ ଶିକ୍ଷକ/ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ଦ୍ବାରା ନୃତ୍ୟ ଏବଂ କ୍ଷୁଦ୍ର ନାଟକ “ଅନ୍ ମୁନ୍ ସିଆ” ପରିବେଷଣ କରାଯାଇଥିଲା । ଶେଷରେ ଶିକ୍ଷକ ରାଧାକାନ୍ତ କୁମ୍ଭାର ଧନ୍ୟବାଦ ଜ୍ଞାପନ କରିଥିଲେ ।



