ବିଜେପୁର ବିଇଓଙ୍କୁ ଭବ୍ୟ ସମ୍ବଦ୍ଧନା

ବିଜେପୁର ବିଇଓଙ୍କୁ ଭବ୍ୟ ସମ୍ବଦ୍ଧନା

ବିଜେପୁର/ବରଗଡ : ବରଗଡ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷାଧିକାରୀ ଭାବେ ଯୋଗଦେଇଥିବା ବଲ୍ଲଭ ମେହେରଙ୍କୁ ବ୍ଲକ ସି.ଆର୍.ସି.ସି ସଂଘ ତରଫରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସଂଘର ସଭାପତି ବାସୁଦେବ ପଧାନ ନୂତନ ଭାବେ ଯୋଗଦେଇ ଥିବା ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଦେଇ ସମ୍ବଦ୍ଧିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦିବାକର ବରିହା, ପୂର୍ଣ୍ଣଚନ୍ଦ୍ର ପଧାନ, ସୁଶାନ୍ତ କୁମାର ପାଣ୍ଡେ ପ୍ରମୁଖ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀଗଣ ଉପସ୍ଥିତ ଥିଲେ I ଏହି ଅବସରରେ ସମସ୍ତ ମଧ୍ୟରେ ବ୍ଲକର ଶୈକ୍ଷିକ ବାତାବରଣ ଉପରେ ଏକ ବିଶେଷ ଆଲୋଚନା କରାଯାଇଥିଲା । ସମସ୍ତଙ୍କ ସହଯୋଗରେ ବ୍ଲକରେ ଗୁଣାତ୍ମକ ଶିକ୍ଷାର ଉନ୍ନତି ଦିଗରେ ପ୍ରୟାସ କରିବି ବୋଲି ବିଇଓ ବଲ୍ଲଭ ମେହେର ପ୍ରକାଶ କରିଥିଲେ । ୧୨ ଗୋଟି କ୍ଲଷ୍ଟରର ସମସ୍ତ ସିଆରସିସି ସି ଉପସ୍ଥିତ ଥିଲେ । ଗୋଷ୍ଠୀ ଶିକ୍ଷାଧିକାରୀ ସୁରେଶ କୁମାର ରାଉତରାୟଙ୍କ ଅବସର ପରେ ଅନେକ ଦିନ ହେଲା ବିଇଓ ପଦବି ଖାଲି ପଡ଼ିଥିବାରୁ ବିଳମ୍ବରେ ହେଲେ ସୁଦ୍ଧା ସରକାର ଏଠାରେ ଜଣେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ନିଯୁକ୍ତି କରିଥିବାରୁ ଶିକ୍ଷାପ୍ରେମୀ ମହଲରେ ଖୁସିର ଲହରୀ ଖେଳିଯାଇଛି ।

Leave a Comment

Your email address will not be published. Required fields are marked *

Scroll to Top