ଜାରିଂ ୟୁ. ପି. ସ୍କୁଲର ବାର୍ଷିକୋତ୍ସବ

Oplus_131072

ଶିଶୁକୁ ସଂସ୍କାରିତ କରିବାରେ ମାଁର ଭୂମିକା ଅନନ୍ୟ

ବିଜେପୁର/ବରଗଡ : ବରଗଡ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ଜାରିଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଏସ୍.ଏମ୍.ସି ଚେୟାରମେନ ମନୋଜ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ବିନିକା ବିଇଓ ତଥା ଶିକ୍ଷାପ୍ରେମୀ ଘନଶ୍ୟାମ ସାହୁ ଯୋଗଦେଇ ଏହାକୁ ଉଦଘାଟନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ମକରଧ୍ବଜ ଗଡତିଆ ଓ କ୍ଷମାନିଧି ବିଶି, ସି.ଆର୍.ସି.ସି ରାଜେଶ୍ବର ବେହେରା, ଜିଲ୍ଲା ପରିଷଦ ସଭ୍ୟ ସୁଶାନ୍ତ ଗଡତିଆ, ସରପଞ୍ଚ ପ୍ରଭାସିନୀ ବିଭାର, ପ୍ରଧାନଶିକ୍ଷକ ସୌଦାମିନୀ ମାଝୀ ଓ ଅଶୋକ କୁମାର ସ୍ବାଇଁ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଉପଯୁକ୍ତ ସଂସ୍କାରର ଅଭାବ ତଥା ସୋସିଆଲ ମିଡିଆର କୁପ୍ରଭାବ ଯୋଗୁଁ ପିଲାଙ୍କ ବିପଥଗାମୀ ହେବାର ଯଥେଷ୍ଟ ସମ୍ଭାବନା ଥିବାରୁ ଯଥା ସମ୍ଭବ ସୋସିଆଲ ମିଡ଼ିଆ ଠାରୁ ଶିକ୍ଷାର୍ଥୀମାନଙ୍କୁ ଦୂରେଇ ରଖିବା ସହ ସଂସ୍କାରିତ କରିବାର ଆବଶ୍ୟକତା ରହିଛି। ଏହି ପରିପ୍ରେକ୍ଷିରେ ଶିଶୁକୁ ସଂସ୍କାରିତ କରିବାରେ ମାଁର ଭୂମିକା ଅନନ୍ୟ ବୋଲି ଅତିଥିଗଣ ମତପ୍ରକାଶ କରିଥିଲେ । ଏହି ଅବସରରେ ପ୍ରଧାନଶିକ୍ଷକ ବିନୋଦ କୁମାର ତନ୍ତୀ ଓ ଗହକିଲାଲ ନାଏକଙ୍କ ସମେତ ସ୍କୁଲ ପରିଚାଳନା କମିଟିର ସଦସ୍ୟ ସଦସ୍ୟା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ବୃତ୍ତି ପରୀକ୍ଷାରେ କୃତିତ୍ବ ହାସଲ କରିଥିବା ବିଦ୍ୟାଳୟର ଛାତ୍ର ତୋଷନ ପ୍ରଧାନ ଓ ଛାତ୍ରୀ ଆକୃତି ପାଣ୍ଡେଙ୍କୁ ତାଙ୍କ ଅଭିଭାବକ ଗହଣରେ ଅତିଥିଗଣ ମାନପତ୍ର ଓ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରିଥିଲେ । ବିଭିନ୍ନ ପ୍ରତିଯୋଗିତାର ସଫଳ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶିକ୍ଷା ତଥା ସାଂସ୍କୃତିକ ଚେତନା ପ୍ରତି ସମର୍ପିତ ଶିକ୍ଷୟିତ୍ରୀ ମିନାକ୍ଷୀ ରାଣୀ ରାଉତଙ୍କୁ ସ୍ବତନ୍ତ୍ର ଭାବେ ସମ୍ମାନୀତ କରାଯାଇଥିଲା । ପ୍ରଧାନ ଶିକ୍ଷକ ଭାଦ୍ରବ ପାଣ୍ଡେ ବାର୍ଷିକ ବିବରଣୀ ପଠନ କରିଥିଲେ । ଶିକ୍ଷୟିତ୍ରୀ ଗୀତାଞ୍ଜଳୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଉଦଯାପନୀ ସମାରୋହରେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ପଧାନ ଓ ଦିବାକର ବରିହା ଅତିଥି ଭାବେ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ଶିକ୍ଷକ ପ୍ରେମରାଜ ରଣା ଅତିଥି ପରିଚୟ, ଶିକ୍ଷୟିତ୍ରୀ ମନ୍ଦାକିନୀ ପଧାନ ସଭା ସଂଯୋଜନା କରିଥିଲେ । ନିର୍ମଳା ସାହୁ, ବାହାଦୁର ପଧାନ, କମଳିନୀ ସାହୁ, ମଧୁସୂଦନ ଭୋଇ, ବୀରେନ୍ଦ୍ର ପଧାନ, ରୋମାଞ୍ଚଳ ମହାନନ୍ଦ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ସ୍କୁଲ ପରିଚାଳନା କମିଟୀର ସଦସ୍ୟଗଣ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶିକ୍ଷୟିତ୍ରୀ ସଂଘମିତ୍ରା ମାହାଣା ଧନ୍ୟବାଦ ଅର୍ପଣ କରିଥିଲେ । ପରେ ଯୋଗାଶିଷ ପଧାନ ଓ ମିନାକ୍ଷୀ ରାଣୀ ରାଉତଙ୍କ ନିର୍ଦ୍ଦେଶନାରେ ଛାତ୍ରଛାତ୍ରୀଗଣ ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

Oplus_131072

Leave a Comment

Your email address will not be published. Required fields are marked *

Scroll to Top