କୁର୍କୁଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

Oplus_131072

କୁର୍କୁଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ବିଜେପୁର/ବରଗଡ : ଅଦ୍ୟ ତା.୦୬.୦୩.୨୦୨୫ ଗୁରୁବାର ଦିନ ବିଜେପୁର ବ୍ଲକ ଅନ୍ତର୍ଗତ କୁର୍କୁଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହାଡ଼ମ୍ବରରେ ପାଳିତ ହୋଇଯାଇଛି । ସହ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଦିବାକର ବରିହାଙ୍କ ସଦୟ ଉପସ୍ଥିତି ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରେମରାଜ ପଧାନଙ୍କ ତତ୍ତ୍ୱାବଧାରେ ଉତ୍ସବଟି ପାଳିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଶିବ ସାହୁ, ସମ୍ମାନୀତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ମୁଖ୍ୟ ସଞ୍ଜୟ କୁମାର ନନ୍ଦ, ସି.ଆର୍.ସି.ସି ଦୁର୍ବାଦଳ ବଡଗୋଛିଆ, ଅର୍ଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶୈଳେନ୍ଦ୍ର ମିଶ୍ର, ଖରମୁଣ୍ଡା ସି.ଆର୍.ସି.ସି ଶରତ କୁମାର ପଧାନ, ପୂର୍ବତନ ସି.ଆର୍.ସି.ସି ପ୍ରେମରାଜ ରଣା, ବରିଷ୍ଠ ପ୍ରଧାନ ଶିକ୍ଷକ ଲକ୍ଷ୍ମୀନାରାୟଣ ରଣା, ଶିଶୁମାନଙ୍କର ଅନ୍ତର୍ନିହିତ ବିକାଶକୁ ଉଜ୍ଜୀବିତ କରିବା ପାଇଁ ବାର୍ଷିକୋତ୍ସବ ଏକ ଶ୍ରେଷ୍ଠ ମାଧ୍ୟମ ଓ ଶିଶୁମାନଙ୍କ ମଧ୍ୟରେ ତାଙ୍କର ଶ୍ରେଷ୍ଠତ୍ବକୁ ଆବିଷ୍କାର କରିବା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ମତପ୍ରକାଶ କରିଥିଲେ । ବିଦ୍ୟାଳୟର ଶିକ୍ଷୟିତ୍ରୀ ବର୍ଷାରାଣୀ ସାହୁ ସଭା ପରିଚାଳନା ଏବଂ ସୀମା ମେହେର ବାର୍ଷିକୋତ୍ସବ କାର୍ଯ୍ୟକ୍ରମର ପରିଚାଳନା ଦାୟିତ୍ବ ସୁଚାରୁରୂପେ ତୁଲାଇଥିଲେ । ସଭାରେ ବିଭିନ୍ନ ଦକ୍ଷତା ଉପରେ ୭୮ ଜଣ ଛାତ୍ରଛାତ୍ରୀମାନଙ୍କୁ ସମ୍ମାନପତ୍ର ସହ ମୋମେଣ୍ଟୋ ପ୍ରଦାନ କରାଯାଇଥିଲା । ପରେ ଛାତ୍ରଛାତ୍ରୀମାନେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପଳିବେଷଣ କରିଥିଲେ । ଶେଷରେ ଶିକ୍ଷୟିତ୍ରୀ ସୁଶ୍ରୀ ସସ୍ମିତା ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

Oplus_131072

Leave a Comment

Your email address will not be published. Required fields are marked *

Scroll to Top