

ମାନ୍ୟବର ବିଧାୟକଙ୍କ ତାରିଣୀ ପୀଠ ପରିଦର୍ଶନ
ବିଜେପୁର/ବରଗଡ : ତା।୦୨.୦୩.୨୦୨୫ ରବିବାର ସନ୍ଧ୍ୟା ସମୟରେ ସ୍ଥାନୀୟ ମାନ୍ୟବର ବିଧାୟକ ସନତ କୁମାର ଗଡତିୟା ବିଜେପୁର ସ୍ଥାନୀୟ ଆନନ୍ଦ ନଗର ତାରିଣୀ ପୀଠ ପରିଦର୍ଶନରେ ଆସି ମନ୍ଦିର କର୍ମକର୍ତ୍ତାଙ୍କ ସହିତ ସୌଜନ୍ୟମୂଳକ ବିଚାର ଆଲୋଚନା କରିଥିଲେ । ସେଠାରେ ଉପସ୍ଥିତ ଥିବା ଜଗଦୀଶ ମହାପାତ୍ର, କୃଷ୍ଣଚନ୍ଦ୍ର ସେନାପତି, ରମେଶ ସାହୁ, ଯୁଧିଷ୍ଠିର ରଣା, ଗିରିଧାରୀ ଦାଶ, ବ୍ରଜମୋହନ ମାହାଣା, ଯୋଗେଶ ଚନ୍ଦ୍ର ମେହେର, ବାବୁଲୁ ପଧାନ, ରାଜାରାମ ଭାରତୀ, ମହେଶ ଦେବତା, ଚିନୁ ସାହୁ, ହିମାଂଶୁ ଶେଖର ସାହୁ, ମୁକୁନ୍ଦ ପାଣ୍ଡେ , ରୋହିତ ପଧାନ,ଶଙ୍କର ପଟେଲ, ପ୍ରେମରାଜ ପଟେଲ, ଆନନ୍ଦ ଚନ୍ଦ୍ର ସାହୁ, ମୁକ୍ତେଶ୍ବର ମେହେର, ଦାମୋଦର ମହାପାତ୍ରଙ୍କ ଗହଣରେ ସୌଜନ୍ୟମୂଳକ ଆଲୋଚନା ପୂର୍ବକ ମନ୍ଦିର ବିଷୟରେ ପଚାରି ବୁଝିଥିଲେ ଏବଂ ପୀଠର ଉନ୍ନତି ନିମନ୍ତେ ଆବଶ୍ୟକ ସ୍ଥଳେ ସହଯୋଗ କରିବେ ବୋଲି ପ୍ରକାଶ କରିଥିଲେ। ଆଲୋଚନା ପରେ ବିଧାୟକଙ୍କ ଏପରି ଉଦାରତାକୁ ଉପସ୍ଥିତ ସମସ୍ତେ ପ୍ରଶଂସା କରିଥିଲେ ।



