ଗଣିତ ମେଳା ଏବଂ ଜାତୀୟ ବିଜ୍ଞାନ ଦିବସ ପାଳନ
ଭଟଲି/ବରଗଡ : ବରଗଡ଼ ଜିଲ୍ଲା ଭଟଲି ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ କାଶିପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗଣିତ ମେଳା ଓ ଜାତୀୟ ବିଜ୍ଞାନ ଦିବସ ମିଳିତ ଭାବେ ପାଳିତ ହୋଇଯାଇଛି । ସଭାରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପବିତ୍ର ମହାପାତ୍ର, ସ୍ଥାନୀୟ ଗ୍ରାମ୍ୟ ଶାନ୍ତି କମିଟୀ ସମ୍ପାଦକ ବିଦ୍ୟାଧର ମହାପାତ୍ର, ଶିକ୍ଷାବିତ୍ ସରୋଜ କୁମାର ମହାପାତ୍ର ଏବଂ ରାମକୃଷ୍ଣ ଦାଶ ସାମିଲ ହୋଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥଲେ। ଗଣିତ ମେଳା/ ହାଟରେ ଛାତ୍ରଛାତ୍ରୀ ମାନେ ବିଭିନ୍ନ ପନିପରିବା, ଜଳଖିଆ, ଘରୋଇ ସାମଗ୍ରୀ ଇତ୍ୟାଦି ବିକ୍ରି କରି ବଜାର ତଥା ଗାଣିତିକ ହିସାବ କିତାବ ର ପ୍ରତ୍ୟକ୍ଷ ଜ୍ଞାନ ଆହରଣ କରିଥିଲେ । ଦ୍ବିତୀୟ ପର୍ଯ୍ୟାୟରେ ପ୍ରଧାନ ଶିକ୍ଷକ ସୁଦାମ ସେଟ ଜାତୀୟ ବିଜ୍ଞାନ ଦିବସ ପାଳନର ଗୁରୁତ୍ୱ ଉପରେ ଆଲୋକପାତ କରିଥିବା ବେଳେ ପରିଚାଳନା କମିଟୀ ସଭାପତି ପବିତ୍ର ମହାପାତ୍ର, ସାନ ଅମଲିପାଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ମୁଖ୍ୟବକ୍ତା ପ୍ରତାପ କୁମାର ଜେନା, ବରିଷ୍ଠ ଶିକ୍ଷକ ନେହେରୁ ପାଇକ ଉପନୀତ କାର୍ଯ୍ୟକ୍ରମ ଉପରେ ମୂଲ୍ୟବାନ ବକ୍ତବ୍ୟ ରଖିଥିଲେ । ଛାତ୍ରଛାତ୍ରୀମାନେ ଗଣିତ ପଜଲ୍, କୁଇଜ ରେ ଅଂଶଗ୍ରହଣ କରିଥିଲେ ଓ କୃତୀ ବିଦ୍ୟାର୍ଥୀମାନଙ୍କୁ ପ୍ରମାଣପତ୍ର ଦେଇ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମକୁ ସହକାରୀ ଶିକ୍ଷକ ପ୍ରଦୀପ କୁମାର ପଧାନ ପରିଚାଳନା କରିଥିବା ବେଳେ ସହକାରୀ ଶିକ୍ଷକ ଗୋବିନ୍ଦ ବାଗ ଧନ୍ୟବାଦ ଜ୍ଞାପନ କରିଥିଲେ । ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।



