ପୂର୍ଣ୍ଣା ସ୍କୁଲର ବାର୍ଷିକୋତ୍ସବ

Oplus_131072

କଠିନ ପରିଶ୍ରମ ହିଁ ଭାଗ୍ୟ ପରିବର୍ତ୍ତନ କରି ପାରେ

ବିଜେପୁର/ବରଗଡ: ବରଗଡ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ଜାରିଂ କ୍ଲଷ୍ଟର ଅନ୍ତର୍ଗତ ପୂର୍ଣ୍ଣା ସରକାରୀ ପ୍ରାଥମିକ ବିଦ୍ୟାଳୟର ଦ୍ବିତୀୟ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ବାନୋଦ କୁମାର ତନ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଅଭିରାମ ବାରିକ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ସି.ଆର୍.ସି.ସି ରାଜେଶ୍ବର ବେହେରା, ପ୍ରଧାନ ଶିକ୍ଷକ ଦ୍ବୟ ଭାଦ୍ରବ ପାଣ୍ଡେ ଓ ଗହକିଲାଲ ନାଏକ, ସ୍କୁଲ ଚେୟାରମେନ କୃଷ୍ଣଚନ୍ଦ୍ର ସାହୁ, ସାମାଜିକକର୍ମୀ ରୋହିତ ପଧାନ ପ୍ରମୁଖ ଉପସ୍ଥିତ ରହି ଶିକ୍ଷାର୍ଥୀମାନଙ୍କୁ ଉତ୍ସାହିତ କରିଥିଲେ । ଦୃଢ ଆତ୍ମବିଶ୍ବାସ ସହ କଠିନ ପରିଶ୍ରମ କଲେ ନିଶ୍ଚିତ ଭାବେ ଭାଗ୍ୟ ପରିବର୍ତ୍ତନ ହୋଇ ପାରିବ ବୋଲି ଅତିଥିଗଣ ମତପ୍ରକାଶ କରିଥିଲେ । ଏହି ଅବସରରେ ଶିକ୍ଷକ ବିକାଶ ଚନ୍ଦ୍ର ଗଡତିଆ, ରତ୍ନ ସାହୁ, ସାମାଜିକର୍ମୀ ପଙ୍କଜିନୀ ଦନ୍ତାଙ୍କ ସମେତ ସ୍କୁଲ ପରିଚାଳନା କମିଟି ସଦସ୍ୟ/ସଦସ୍ୟା ମାନଙ୍କୁ ସମ୍ମାନୀତ କରାଯାଇଥିଲା । ସ୍କୁଲର ଛାତ୍ରୀଗଣ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ । ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ସଫଳ ପ୍ରତିଯୋଗୀମାନଙ୍କୁ ପୁରଷ୍କୃତ କରାଯାଇଥିଲା । ଶିକ୍ଷୟିତ୍ରୀ ସବିତା ଭୋଇ ସଭାକୁ ପରିଚାଳନା କରିଥିଲେ । ପରେ ଛାତ୍ରୀ ଛାତ୍ରମାନଙ୍କ ଦ୍ବାରା ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ବାବଲୁ ପଧାନ, ଅରକ୍ଷିତ ସାହୁ,କେଶବ ସେଠ, ସୁଲତାନ ପଧାନ, ନିରଞ୍ଜନ ନାଏକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Oplus_131072

Leave a Comment

Your email address will not be published. Required fields are marked *

Scroll to Top