ଟି.ଗଣ୍ଡ ପାଲି ଉ.ପ୍ରା. ବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ପାଳିତ
ବିଜେପୁର/ବରଗଡ : ବରଗଡ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ଟି.ଗଣ୍ଡପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଶଶୀଭୂଷଣ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବଜରଙ୍ଗବଳୀ ସେବା ସଦନର ସଭାପତି ରୋହିତ ସାହୁ, ମୁଖ୍ୟ ବକ୍ତା ଭାବେ ସି.ଆର୍.ସି.ସି ପ୍ରଭାତ ରଞ୍ଜନ ସାହୀ, ସମ୍ମାନୀତ ଅତିଥି ଭାବେ ଶିକ୍ଷାପ୍ରେମୀ ଭରତ ସା ଯୋଗ ଦେଇ ଚନ୍ଦ୍ରଶେଖର ଭେଙ୍କଟ ରମଣଙ୍କର ବିଜ୍ଞାନ ଜଗତକୁ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ବିଜ୍ଞାନ ଓ ଗଣିତ କୁଇଜ୍ ରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରଷ୍କୃତ କରାଯାଇଥିଲା । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ବିଦ୍ୟାଳୟର ମେଘନାଦ ଶାହା ଦଳ, ଭେଙ୍କଟ ରମଣ ଦଳ, ହୋମି ଜାହାଙ୍ଗୀର ଭାବାଦଳ ,ଅବଦୁଲ କଲାମ ଦଳ ଯଥାକ୍ରମେ ବୃକ୍ଷ, ପକ୍ଷୀ, ସରିସୃପ ଓ ଅଣୁଜୀବ ର ଶ୍ରେଣୀ ବିଭାଗ ଶରୀର ଗଠନ ଏବଂ ଅନ୍ୟାନ୍ୟ ବିଶେଷତ୍ବ ଉପରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ । ବାସ୍ତବରେ ଏହି ବିଜ୍ଞାନ ଭିତ୍ତିକ କାର୍ଯ୍ୟକ୍ରମଟି ଛାତ୍ରଛାତ୍ରୀଙ୍କ ଶିକ୍ଷଣ ଅଭିବୃଦ୍ଧିରେ ସହାୟକ ହେବା ସହିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ କୌଶଳର ବିକାଶ ହେବ ବୋଲି ଆଶା କରାଯାଏ । ପରିବେଶରେ ଅବଦୁଲ କାଲାମ ଦଳକୁ ସର୍ବଶ୍ରେଷ୍ଠ ଦଳ ହିସାବରେ ପୁରଷ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମକୁ ବିଜ୍ଞାନ ଶିକ୍ଷକ ସୁଶୀଳ କୁମାର ସୁନା ସଂଯୋଜନା କରିଥିବା ବେଳେ ଉମେଶ ଚନ୍ଦ୍ର ପଧାନ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଉପସ୍ଥିତ ଶିକ୍ଷକ/ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।





