ଆତ୍ମବିଶ୍ବାସ ଦୃଢ ହେଲେ ସଫଳତା ସୁନିଶ୍ଚିତ
ବିଜେପୁର/ବରଗଡ : ବରଗଡ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ଏମ୍.ଗଣ୍ଡପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ସ୍ଥାନୀୟ କାଉନସିଲର ରେଣୁକା ସାହୁ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ସ୍କୁଲର ପ୍ରଧାନ ଶିକ୍ଷକ ଗହକିଲାଲ ନାଏକଙ୍କ ଅଧ୍ୟକ୍ଷତାରେ ଜାରିଂ ସି.ଆର୍.ସି.ସି ରାଜେଶ୍ବର ବେହେରା, ସ୍ଥାନୀୟ ଗୌନ୍ତିଆ ସୁବାସ ପଧାନ, ଶିକ୍ଷାବିତ୍ ନବ କିଶୋର ସାହୁ ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ଥିଲେ । ଆତ୍ମବିଶ୍ବାସ ଦୃଢ ହେଲେ ସଫଳତା ସୁନିଶ୍ଚିତ ବୋଲି ଅତିଥିଗଣ ମତପ୍ରକାଶ କରିଥିଲେ । ସ୍କୁଲର ଛାତ୍ରଛାତ୍ରୀଗଣ ସ୍ବାଗତ ସଂଗୀତ ପରିବେଷଣ ଓ ଶିକ୍ଷୟିତ୍ରୀ ଲିଳିମା ମେହେର ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ସ୍କୁଲ ପରିଚାଳନା କମିଟି ସଦସ୍ୟମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷକ ବିକାଶ ଚନ୍ଦ୍ର ଗଡତିଆ ସଭାକୁ ସଂଯୋଜନା କରିଥିବା ବେଲେ ଶିକ୍ଷୟିତ୍ରୀ ଚନ୍ଦ୍ରକଳା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ଶିକ୍ଷୟିତ୍ରୀ ରୀତା କ୍ଷେତିଙ୍କ ସଂଯୋଜନାରେ ପୂର୍ବରୁ ଆୟୋଜିତ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥିଗଣ ପୁରସ୍କୃତ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।





