ଖଗେଶ୍ବର ସାହିତ୍ୟ କଳା ପରିଷଦର ବାର୍ଷିକୋତ୍ସବ

Oplus_131072

ସଂସ୍କୃତି, ମନର ଐକ୍ୟ ହିଁ ଭାଷା ପ୍ରଗତିର ପଥ

ବିଜେପୁର/ବରଗଡ : ବରଗଡ ଜିଲ୍ଲା ବିଜେପୁର ଖଗେଶ୍ବର ସାହିତ୍ୟ କଳା ପରିଷଦର ବାର୍ଷିକୋତ୍ସବ ଧୁମାପାଲି ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ମୋହନ ସିଂ କହ୍ନେଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ଉତ୍ସବରେ କଳାକାର ତୁଳସୀ ପ୍ରସାଦ ଗଡତୀୟାଙ୍କ ଜୟନ୍ତୀ ଓ ସାହିତ୍ୟ ପ୍ରାଣ କବି ଖଗେଶ୍ବର ଶେଠଙ୍କ ପୁଣ୍ୟ ତିଥି ପାଳନ କରାଯାଇଥିଲା। ସଭାରେ ଗବେଷକ ଡ.ସୁବାଷ ମେହେର, ସ୍ତମ୍ଭକାର ସୁଶାନ୍ତ କୁମାର ମଶ୍ର , ଗ୍ରାମର ଗୌନ୍ତିଆ ରଘୁପତି ସାହୁ, ସାମାଜିକକର୍ମୀ ଛବଳ ମଲ୍ଲିକ, ସମ୍ବଲପୁର ମୁକ୍ତ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ରାଧାକାନ୍ତ ସୁନା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଦୁଇ ସାଧକଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଆଲୋଚକ ଭାବେ ପ୍ରଫେସର ଡ଼.ପ୍ରଦୀପ କୁମାର ପ୍ରଧାନ କଳାକାର ତୁଳସୀ ପ୍ରସାଦ ଗଡତୀୟାଙ୍କ ଜୀବନୀ ବିଷୟରେ, ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ପ୍ରଫେସର ପ୍ରମୋଦ କୁମାର ପାଢୀ କବି ଖଗେଶ୍ବର ଶେଠ ସାହିତ୍ୟର ଗରିମା ସଂପର୍କରେ ଆଲୋଚନା କରିଥିଲେ । ସାଂସ୍କୃତିକ ତଥା ମନର ଐକ୍ୟ ରହିଲେ ଭାଷା ପ୍ରଗତିର ପଥ ସୁଗମ ହୋଇପାରିବ ବୋଲି ସଭାରେ ମତପ୍ରକାଶ ପାଇଥିଲା ‌ସୁଷମା ଭୋଇ ପ୍ରାରମ୍ଭିକ ସଂଗୀତ ଗାନ କରିଥିବା ବେଳେ ବାରଙ୍ଗବାହାଲ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ବଗତ ନୃତ୍ୟ ପରିବେଷଣ କରିଥିଲେ । ଅଧ୍ୟାପକ ସରୋଜ କୁମାର ପାଣିଗ୍ରାହୀ ଅତିଥି ପରିଚୟ, ଉପ-ସଭାପତି ହୃଦମଣି ସାହୁ ଉଦ୍ଦେଶ୍ୟ ଜ୍ଞାପନ, ସଂପାଦକ ରାଜେଶ୍ବର ବେହେରା ବିବରଣୀ ପଠନ କରିଥିଲେ।

Oplus_131072

ଏହି ଅବସରରେ ସ୍ବନାମଧନ୍ୟ ଚିତ୍ରଶିଳ୍ପୀ ଅଭିମନ୍ୟୁ ମେହେରଙ୍କୁ ଚଳିତବର୍ଷ ପ୍ରଥମଥର ପାଇଁ କଳାକାର ତୁଳସୀ ପ୍ରସାଦ ଗଡତୀୟା କଳା ସମ୍ମାନରେ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ସାହିତ୍ୟିକ ଅମୃତ ଲାଲ ସାହୁଙ୍କୁ ଖଗେଶ୍ବର ସାହିତ୍ୟ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଗଣେଶ ସାହୁ ଓ ମକରଧ୍ବଜ ମେହେର ମାନପତ୍ର ପଠନ କରିଥିଲେ । ସହ-ସଂପାଦକ ମକରଧ୍ବଜ ସାହୁ ଓ ଦୁଲ୍ଲଭ ମେହେର ସଭାକୁ ସଂଯୋଜନା କରିଥିଲେ । ବିଶ୍ବାମିତ୍ର ରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ବିତୀୟ ଅଧିବେଶନରେ ଆୟୋଜିତ ସମ୍ବଲପୁରୀ କବିତା ଆସରରେ ଅଧ୍ୟାପକ ସରୋଜ କୁମାର ପାଣିଗ୍ରାହୀ ଅତିଥି ଭାବେ ଯୋଗଦେଇ କବି ମାନଙ୍କୁ ଉତ୍ସାହିତ କରିଥିଲେ । କବିି ଜଗନ୍ନାଥ କୁମ୍ଭାରଙ୍କ ପରିଚାଳନାରେ ସାବିତ୍ରୀ ମେହେର, ଯୁବରାଜ ଦୀପ, ମକରଧ୍ବଜ ସାହୁ , ଜଗତଜ୍ଜୀବନ ରାମ ଡନସନା, ମକରଧ୍ବଜ ମେହେରଙ୍କ ସମେତ ବହୁ କବି କବିତା ପାଠ କରିଥିଲେ। ତୃତୀୟ ଅଧିବେଶନରେ ଆୟୋଜିତ ସଂଗୀତ ସମାରୋହରେ କଣ୍ଠଶିଳ୍ପୀ ସୁଷମା ଭୋଇ, ବରୁଣ ବାଗ, ଜଗନ୍ନାଥ କୁମ୍ଭାର ପ୍ରମୁଖ ସମ୍ବଲପୁରୀ ଗୀତ ପରିବେଷଣ କରିଥିଲେ । ଚତୁର୍ଥ ଅଧିବେଶନରେ ସମ୍ବଲପୁରୀ ଲୋକନୃତ୍ୟ ପରିବେଷିତ ହୋଇଥିଲା । ଟି.ଗଣ୍ଡପାଲି ସର୍ଗିଡାଙ୍ଗ ନୃତ୍ୟ କଳା ପରିଷଦର କଳାକାରଗଣ ନୃତ୍ୟଶିଳ୍ପୀ ପ୍ରତିମା ସେଠଙ୍କ ନିର୍ଦ୍ଦେଶନାରେ ସିରି ସମଲେଇ ଲୋକନୃତ୍ୟ ପରିବେଷଣ କରିଥିଲେ । ସେହିପରି କୁମ୍ଭାରୀର ବ୍ରଜେଶ୍ବରୀ ନୃତ୍ୟ କଳା ପରିଷଦର କଳାକାର ଶବ୍ଦ ନୃତ୍ୟ, ବିଜେପୁର ସଂଗୀତ କଳା ପରିଷଦର କଳାକାରଗଣ ଲୋକନୃତ୍ୟ ଓ ଲୋକଗୀତ ପରିବେଷଣ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲେ ।

Oplus_131072

Leave a Comment

Your email address will not be published. Required fields are marked *

Scroll to Top