ମାଗଣା ସ୍ବାସ୍ଥ୍ୟ ଓ ଚକ୍ଷୁ ପରୀକ୍ଷା ଶିବିର

ମାଗଣା ସ୍ବାସ୍ଥ୍ୟ ଓ ଚକ୍ଷୁ ପରୀକ୍ଷା ଶିବିର

ବିଜେପୁର/ବରଗଡ : ଅଦ୍ୟ ତା.୦୯.୦୨.୨୦୨୫ ରବିବାର ଦିନ ବରିଷ୍ଠ ନାଗରିକ ସଂଘ, ବିଜେପୁର ଓ କ୍ରୀଷ୍ଣା ବିକାଶ ହସ୍ପିଟାଲ, ବରଗଡ଼ର ମିଳିତ ଉଦ୍ୟମରେ ଶିଶୁ ବିଦ୍ୟାମନ୍ଦିର, ବିଜେପୁର ଠାରେ ଏକ ଦିନିଆ ମାଗଣା ସ୍ବାସ୍ଥ୍ୟ ଓ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଜେପୁର ବିଧାୟକ ଶ୍ରୀଯୁକ୍ତ ସନତ କୁମାର ଗଡତିଆ ଫିତାକାଟି ଏହାକୁ ଉଦଘାଟନ କରି ସମସ୍ତ ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିବା ସହିତ କାର୍ଯ୍ୟକ୍ରମର ସଫଳତା କାମନା କରିଥିଲେ । ବରିଷ୍ଠ ନାଗରିକ ସଂଘ, ବିଜେପୁରର ସଭାପତି ନବ କିଶୋର ସାହୁ, ସମ୍ପାଦକ ସ୍ବାଧିନ କୁମାର ସାହୁ, ଉପଦେଷ୍ଟା ଡା. ତହସିଲ ସାହୁ ଓ ସଦସ୍ୟ ଗଙ୍ଗାଧର ପଧାନଙ୍କ ତତ୍ତ୍ବାବଧାନରେ ଆୟୋଜିତ ଶିବିରରେ ପ୍ରାୟଃ ପାଞ୍ଚ ଶହରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା କରାଯାଇଥିବା ବେଳେ ବିକାଶ ହସ୍ପିଟାଲ, ବରଗଡ ତରଫରୁ ଛାତି ଓ ଫୁସଫୁସ୍, ସ୍ତ୍ରୀ ଓ ପ୍ରସୂତୀ, ମେଡିସିନ୍, ଦନ୍ତ, ଚର୍ମ, ମୁଖ ସର୍ଜରୀ, ପିଜିଓଥେରାପି ଏବଂ ଲାୟନ୍ସ୍ ହସ୍ପିଟାଲ, ବରଗଡ ତରଫରୁ ଚକ୍ଷୁ ଏପରି ଆଠଗୋଟି ବିଭାଗୀୟ ଅଭିଜ୍ଞ ଡାକ୍ତରଙ୍କ ଦ୍ବାରା ପ୍ରାୟଃ ପାଞ୍ଚଶହରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା କରାଯାଇଥିଲା । ପରେ କ୍ରୀଷ୍ଣା ବିକାଶ ହସ୍ପିଟାଲର ଅଧ୍ୟକ୍ଷ ଡି.ମୂରଲୀ କ୍ରୀଷ୍ଣା ବରିଷ୍ଠ ନାଗରିକ ସଂଘ, ବିଜେପୁରଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ଅଞ୍ଚଳର ଶିକ୍ଷା ଓ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବିକାଶ ଗୃପ ସର୍ବଦା ଚେଷ୍ଟିତ ବୋଲି ମତପ୍ରକାଶ କରିଥିଲେ ।

Oplus_131072

Leave a Comment

Your email address will not be published. Required fields are marked *

Scroll to Top