ପଥର୍ଲା କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା

ପଥର୍ଲା କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା

ବିଜେପୁର/ବରଗଡ : ବରଗଡ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ସାଇପାଲି ସେବାଶ୍ରମ ବିଦ୍ୟାଳୟରେ ପଥର୍ଲା କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ପ୍ରଧାନ ସେବିକା ନୂଆଁଦେଇ ଗଡତିଆଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମିଳିତ ଶିକ୍ଷକ ସଂଘ ସଭାପତି ବାସୁଦେବ ପଧାନ ଉପସ୍ଥିତ ଥିବା ବେଳେ ନିମନ୍ତୀତ ଅତିଥି ଭାବେ ସି.ଆର୍.ସି.ସି ସୁଧାଂଶୁ ଶେଖର ଜାଲ, ବରିଷ୍ଠ ଶିକ୍ଷକ ଜୟ ପ୍ରକାଶ ଗିରୀ ମଞ୍ଚାସୀନ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ନିମନ୍ତ୍ରୀତ ଅତିଥି ଭାବେ ସୀତାରାମ ଦୀପ, ପ୍ରକାଶ ମହାନନ୍ଦ, ଦୁର୍ବାଦଳ ବଡଗୋଛିଆ, ତ୍ରିନାଥ ସେଠ, ଡୋଲାମଣି କୁମ୍ଭାର, ପ୍ରଭାତ ରଞ୍ଜନ ସାହୁ, ଶରତ ପଧାନ ଉପସ୍ଥିତ ଥିଲେ ।

ଏହି ଅବସରରେ ମୋହନ ସାହୁ, ଭୋଜରାଜ ମଲ୍ଲିକ, ପୁଷ୍ପାଞ୍ଜଳୀ ବିଶି, ସରସ୍ବତୀ କରାଳୀ, ଜୟପ୍ରକାଶ ଗିରୀ, ଜୟନ୍ତୀ ରାଉତ, ଅଚ୍ୟୁତାନନ୍ଦ ମାଝୀ, ଭିକାରୀ ଭୋଇ, ସେବତୀ ବିଶି, ସୁଦାମ ନାଏକ, ସବିତା ମଲ୍ଲିକ, କେଶବ ସାହୁ, ଗୀତାଞ୍ଜଳୀ ଭୁଏ ପ୍ରମୁଖ ୧୩ ଜଣ ଏଫ୍.ଏଲ୍.ଏନ୍ ଶିକ୍ଷକ/ଶିକ୍ଷୟିତ୍ରୀ ତଥା ପ୍ରଧାନ ସେବକଙ୍କୁ ପ୍ରସଂଶାପତ୍ର, ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା । ସ୍ଥାନୀୟ ସି.ଆର୍.ସି.ସି ହେମନ୍ତ କୁମାର ଆରୁକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କ୍ଲଷ୍ଟରର ସାତ ଗୋଟି ବିଦ୍ୟାଳୟରୁ ପ୍ରଥମ, ଦ୍ବିତୀୟ ଓ ତୃତୀୟ ଶ୍ରେଣୀର ୭୦ ଗୋଟି ପ୍ରକଳ୍ପ ତଥା ୭୦ ଜଣ ଛାତ୍ରଛାତ୍ରୀ ଶିକ୍ଷଣ ଉପକରଣ ପ୍ରକଳ୍ପ ପ୍ରଦର୍ଶନ କରିଥିବା ବେଳେ ଅତିଥିଗଣ ତାହା ପରାଦର୍ଶନ କରି ଛାତ୍ରଛାତ୍ରୀମାନଙ୍କୁ ପୁରଷ୍କୃତ କରଥିଲେ । ଭୋଜରାଜ ମଲ୍ଲିକ ସଭା ସଂଯୋଜନା କରିଥିବା ବେଳେ ସୁଦାମ ନାଏକ ଧନ୍ୟବାଦ ଜ୍ଞାପନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଶିକ୍ଷକ/ଶିକ୍ଷୟିତ୍ରୀ ତଥା ଅଭିଭାବକଗଣ ଉପସ୍ଥିତ ରହି ଏହାକୁ ସଫଳ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top