

ସମ୍ବର୍ଦ୍ଧିତ ହେଲେ ୧୭ ଏଫ୍ ଏଲ ଏନ୍ ଶିକ୍ଷକ
ବିଜେପୁର/ବରଗଡ : ବରଗଡ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ଜାରିଂ କ୍ଲଷ୍ଟର ସ୍ତରୀୟ ନିପୁଣ ମେଳା ଅନୁଷ୍ଠିତ ହୋଇଯାଇଛି । ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏମ.ଗଣ୍ଡପାଲି ଠାରେ ଆୟୋଜିତ ଏହି ମେଳାକୁ ସ୍ଥାନୀୟ କାଉନସିଲର ରେଣୁକା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଶିକ୍ଷାବିତ୍ ନବ କିଶୋର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସମାରୋହରେ ସମ୍ମାନୀୟ ଅତିଥି ଭାବେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଦିବାକର ବରିହା ଓ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ବାସୁଦେବ ପଧାନ ଉପସ୍ଥିତ ଥିଲେ । ଶିକ୍ଷା ଦାନ ସମୟରେ ପର୍ଯ୍ୟାପ୍ତ ପରିମାଣର ଶିକ୍ଷଣ ସାମଗ୍ରୀ ବ୍ୟବହାର ହିଁ ଶିକ୍ଷାର୍ଥୀ ମାନଙ୍କୁ ଚାପମୁକ୍ତ କରି ପାରିବ ବୋଲି ଅତିଥିଗଣ ମତପ୍ରକାଶ କରିଥିଲେ । ଏହି ଅବସରରେ କ୍ଲଷ୍ଟରର ୧୭ ଜଣ ଏଫ୍.ଏଲ୍.ଏନ୍ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କୁ ପ୍ରଶଂସାପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷୟିତ୍ରୀ ଲିଲିମା ମେହେର ମାନପତ୍ର ପଠନ କରିଥିଲେ । ଶ୍ରୀୟା ସାହୁ, ଦୀପାଳି ସାହୁ, ଅର୍ପିତା ବିଶ୍ବାଳ, ଇତିଶ୍ରୀ ପଧାନ, ଆକାଂକ୍ଷା ପଧାନ, ଆୟୂଷୀ ସୁନା, ଆରାଧ୍ୟା ପଧାନ ପ୍ରମୁଖ ଛାତ୍ରୀଗଣ ନିପୁଣ ଓଡିଶା ସଙ୍ଗୀତରେ ନୃତ୍ୟ ପରିବେଷଣ କରି ଅଭିଭାବକମାନଙ୍କୁ ବିମୋହିତ କରି ଦେଇଥିଲେ । ଶିକ୍ଷୟିତ୍ରୀ ରୀତା କ୍ଷେତି ସମସ୍ତଙ୍କୁ ଶପଥ ପାଠ କରାଇଥିଲେ । ବାନ୍ଦୁପାଲିର ସୀତାରାମ ଦୀପ, ବଡବାଉଁଶେନର ଦୁର୍ବାଦଳ ବଡଗୋଛିଆ, ଟି.ଗଣ୍ଡପାଲିର ପ୍ରଭାତ ରଞ୍ଜନ ସାହୁ, ବିଜେପୁରର ସୁଧାଂଶୁ ଶେଖର ଜାଲ, ଲାଉମୁଣ୍ଡାର ପ୍ରକାଶ ମହାନନ୍ଦ, ପଥର୍ଲାର ହେମନ୍ତ କୁମାର ଆରୁକ, ଯୋଖିପାଲିର ତ୍ରିନାଥ ସେଠ ପ୍ରମୁଖ ସି.ଆର୍.ସି.ସି ଙ୍କୁ କ୍ଲଷ୍ଟର ସୌରଭ ସମ୍ମାନରେ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଛାତ୍ରୀ ସରିତା ନାଏକ ସୃଜନାତ୍ମକ କବିତା ପାଠ କରିଥିଲେ । ଶିକ୍ଷକ ଟିଟୋରାମ ଲୁହା ନିପୁଣ ମେଳା ଗୀତ ପରିବେଷଣ କରିଥିଲେ । ଶିକ୍ଷକ ଦିଲ୍ଲୀପ କୁମାର ପୁରୀ, ଭାଦ୍ରବ ପାଣ୍ଡେ, ଗହକିଲାଲ ନାଏକ, ଏସ୍.ଏମ୍.ସି ଚେୟାରପର୍ସନ୍ ସନ୍ତୋଷ ଲୁହାଙ୍କୁ ସ୍ବତନ୍ତ୍ର ଭାବେ ସମ୍ମାନୀତ କରାଯାଇଥିଲା ଜାରିଂ ସି.ଆର୍.ସି.ସି ରାଜେଶ୍ବର ବେହେରା ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଶିକ୍ଷୟିତ୍ରୀ ଚନ୍ଦ୍ରକଳା ଦାଶ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଶିକ୍ଷକ ବିକାଶ ଚନ୍ଦ୍ର ଗଡତିଆ ସଭାକୁ ପରିଚାଳନା କରିଥିବା ବେଳେ ଜାରିଂ ସ୍କୁଲର ପ୍ରଧାନ ଶିକ୍ଷକ ଭାଦ୍ରବ ପାଣ୍ଡେ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ୫୨ ଗୋଟି ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶିତ ହୋଇଥିଲା ।





