ଟେଙ୍ଗେରା ଉ.ପ୍ରା ସ୍କୁଲରେ ନିପୁଣ ଓଡିଶା ମେଳା

Oplus_131072

ଟେଙ୍ଗେରା ଉ.ପ୍ରା ସ୍କୁଲରେ ନିପୁଣ ଓଡିଶା ମେଳା

ବିଜେପୁର/ବରଗଡ଼ : ବରଗଡ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ବଡବ୍ରାହ୍ମଣୀ କ୍ଲଷ୍ଟରର ଟେଙ୍ଗେରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦ୍ମନାଭ ଦାସଙ୍କ ସଭାପତିତ୍ବରେ କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବଡବ୍ରାହ୍ମଣୀ ସମିତି ସଭ୍ୟା ଚନ୍ଦ୍ରମା ସାହୁଙ୍କ ପ୍ରତିନିଧି ମଙ୍ଗଳୁ ସାହୁ ଉପସ୍ଥିତ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ବଡବ୍ରାହ୍ମଣୀ ଉ.ପ୍ରା ସ୍କୁଲର ପ୍ରଧାନ ଶିକ୍ଷକ ବିଶାକେଶନ ତାଣ୍ଡି, ଏମ୍.ବାଦିପାଲି ଉ.ପ୍ରା ସ୍କୁଲର ପ୍ରଧାନ ଶିକ୍ଷକ ବିଜୟ କୁମାର ମାଝୀ, ଟେଙ୍ଗେରା ଉ.ପ୍ରା ସ୍କୁଲଳ ଶିକ୍ଷକ ଉମେଶ ଚନ୍ଦ୍ର ଭୋଇ ମଞ୍ଚାସୀନ ଥିଲେ । ସ୍ଥାନୀୟ ସି.ଆର୍.ସି.ସି ଡୋଲାମଣି କୁମ୍ଭାରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଶିକ୍ଷକ ସୁଶାନ୍ତ କୁମାର ଗଡତିଆ ମଞ୍ଚ ପରିଚାଳନା କରିଥିଲେ ଓ ଶୁଶିଳ ଚନ୍ଦ୍ର ଭୋଇ ଶପଥ ପାଠ କରାଇଥିଲେ । ଏହି ଅବସରରେ ସୁବଳ ଚନ୍ଦ୍ର ଭୋଇ, ମାଛୁ ବରିହା, ସଦାନନ୍ଦ ଭୁଏ, ବାମଦେବ ସାହୁ, ରଶ୍ମିତା ତିର୍କୀ, ଯାଜ୍ଞସେନୀ ସାହୁ, ରଘୁନାଥ ବୁଡେକ, ତୁଳସୀରାମ ସାହୁ ନିତ୍ୟାନନ୍ଦ ପଟେଲ, ମଉନା ବଗାର, କୌଶଲ୍ୟା ବାଦୀ, ସତ୍ୟବତୀ ହରିପାଲ, ବାସନ୍ତୀ ସାହୁ ପ୍ରମୁଖ କ୍ଲଷ୍ଟରର ଏଫ୍.ଏଲ୍.ଏନ୍ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କୁ ପ୍ରଶଂସାପତ୍ର ସହିତ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା । କାର୍ଯ୍ୟକ୍ରମରେ କ୍ଲଷ୍ଟରର ୧୧ ଗୋଟି ବିଦ୍ୟଳୟରୁ ୧୦୮ ଗୋଟି ଶିକ୍ଷଣ ଉପକରଣ ପ୍ରଦର୍ଶୀତ ହୋଇଥିବା ବେଳେ ଅତିଥିଗଣ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀଙ୍କୁ ପୁରଷ୍କୃତ କରି ଉତ୍ସାହିତ କରିଥିଲେ । ଉପସ୍ଥିତ ଅଭିଭାବକ, ଶିକ୍ଷକ/ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିବାରୁ ସ୍ଥାନୀୟ ଶିକ୍ଷକ ଶିତାଂଶୁ ବେହେରା ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top