ଅର୍ଡାରେ ନିପୁଣ ଓଡିଶା ମେଳା
ବିଜେପୁର/ବରଗଡ : ବରଗଡ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ବଡବାଉଁଶେନ କ୍ଲଷ୍ଟରର ଅର୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ଲକ୍ଷ୍ମୀନାରାୟଣ ରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ସୁଦାମ ସାହୁ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ସୁଶାନ୍ତ କୁମାର ପାଣ୍ଡେ, ସ୍ଥାନୀୟ ସ୍କୁଲର ପ୍ରଧାନଶିକ୍ଷକ ଶୈଳେନ୍ଦ୍ର ନାରାୟଣ ମିଶ୍ର, ସି.ଆର୍.ସି.ସି ସୀତାରାମ ଦୀପ ଓ ରାଜେଶ୍ବର ବେହେରା, ଶିକ୍ଷକ ପ୍ରଭାସ ପାଣ୍ଡେ, ପ୍ରେମରାଜ ପଧାନ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ମଞ୍ଚାସୀନ ଥିଲେ । ସ୍ଥାନୀୟ ସି.ଆର୍.ସି.ସି ଦୁର୍ବାଦଳ ବଡଗୋଛିଆ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଓ ବିଜୟ କୁମାର ସାହୁ ସଭା ପରିଚାଳନା କରିଥିଲେ । କୁର୍କୁଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶୀତଳ ସେଠ ,ଦିବ୍ୟା ରଣା, ରଶ୍ମୀତା ସାହୁ ପ୍ରମୁଖ ଛାତ୍ରୀଗଣ ନିପୁଣ ଓଡିଶା ସଙ୍ଗୀତ ପରିବେଷଣ କରିଥିଲେ । ଶିକ୍ଷକ ପ୍ରେମରାଜ ପଧାନ ସମସ୍ତଙ୍କୁ ଶପଥ ପାଠ କରାଇଥବା ପରେ କ୍ଲଷ୍ଟରର ଦଶଗୋଟି ସ୍କୁଲର ଛାତ୍ରଛାତ୍ରୀ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ସଂପର୍କରେ ବିଭିନ୍ନ ପ୍ରକାରର ଶିକ୍ଷଣ ସାମଗ୍ରୀ ସହ ସର୍ଜନାତ୍ମକ ଲିଖନ ପ୍ରଦର୍ଶନ କରିଥିଲେ । ଏହି ଅବସରରେ କ୍ଲଷ୍ଟରର ଏଗାର ଜଣ ଏଫ୍.ଏଲ୍.ଏନ୍ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ବଡବାଉଁଶେନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ରୋନାବାଲା ମହାନ୍ତି ଶ୍ରେଷ୍ଠ ଏଫ୍.ଏଲ୍.ଏନ୍ ଶିକ୍ଷୟିତ୍ରୀ ଭାବେ ବ୍ଲକସ୍ତରକୁ ମନୋନୀତ ହୋଇଥିଲେ । ହୃଦାନନ୍ଦ ବାଗ ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ପଡା, ଲାଉମୁଣ୍ଡା, ପଥର୍ଲା, ବଡବ୍ରାହ୍ମଣୀ, ଯୋଖିପାଲି, ତାଳପଦର, ଖରମୁଣ୍ଡା ଆଦି କ୍ଲଷ୍ଟରରେ ନିପୁଣ ଓଡିଶା ମେଳା ଅନୁଷ୍ଠିତ ହୋଇଯାଇଛି ।





