ଧୁମାପାଲିରେ ବାର୍ଷିକୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ଧୁମାପାଲିରେ ବାର୍ଷିକୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ବିଜେପୁର/ବରଗଡ : ବରଗଡ଼ ଜିଲ୍ଲା ବିଜେପୁର ଖଗେଶ୍ବର ସାହିତ୍ୟ କଳା ପରିଷଦର ବାର୍ଷିକୋତ୍ସବ ପାଇଁ ଧୁମାପାଲି ଗ୍ରାମରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂପାଦକ ରାଜେଶ୍ବର ବେହେରାଙ୍କ ଅଧ୍ୟକ୍ଷତାରେ କୋଷାଧ୍ୟକ୍ଷ ଦେବାଶିଷ ମେହେର, କବି ଦିଲେଶ ମେହେର, ଦୁର୍ଲ୍ଲଭ ମେହେର, ମଣ୍ଟୁ ମହାପାତ୍ର,. ଗଣେଶ ସାହୁ, ରବି ମେହେର, ପ୍ରମୋଦ ଠାକୁର, ଶାନ୍ତନୁ ସାହୁ, ବିଶ୍ବାମିତ୍ର ରାୟ, ମୁନା ଲୁହା ପ୍ରମୁଖ ଯୋଗଦେଇ ଥିଲେ । ଆଗାମୀ ଫେବୃଆରୀ ୧୯ ତାରାଖରେ ପରିଷଦର ବାର୍ଷିକୋତ୍ସବ ଧୁମାପାଲିରେ କରିବାକୁ ନିଷ୍ପତ୍ତି ହେବା ପରେ କଳାକାର ତୁଳସୀ ପ୍ରସାଦ ଗଡତୀୟାଙ୍କ ଜୟନ୍ତୀ ଓ ସାହିତ୍ୟପ୍ରାଣ କବି ଖଗେଶ୍ବର ଶେଠଙ୍କ ପୁଣ୍ୟ ତିଥି ପାଳନ କରିବାକୁ ସ୍ଥିର ହୋଇଛି । ଏହି ଅବସରରେ ତୁଳସୀ ପ୍ରସାଦ ଗଡତୀୟା କଳା ସମ୍ମାନ ଚିତ୍ରଶିଳ୍ପୀ ଅଭିମନ୍ୟୁ ମେହେରଙ୍କୁ ଓ ଖଗେଶ୍ବର ସାହିତ୍ୟ ସମ୍ମାନ ସାହିତ୍ୟିକ ଅମୃତ ଲାଲ ସାହୁଙ୍କୁ ପ୍ରଦାନ କରିବାକୁ ପ୍ରସ୍ତାବିତ ହେଲା । ପ୍ରଥମ ଅଧିବେଶନରେ ଜୟନ୍ତୀ ସଭା, ଦ୍ବିତୀୟ ଅଧିବେଶନରେ ସମ୍ବଲପୁରୀ କବିତା ଆସର, ତୃତୀୟ ଅଧିବେଶନରେ ଏକକ ନୃତ୍ୟ ଓ ଲୋକ ସଂଗୀତ, ଚତୁର୍ଥ ଅଧିବେଶନରେ ସମ୍ବଲପୁରୀ ଲୋକନୃତ୍ୟ ପରିବେଷିତ ହେବାକୁ ଆଲୋଚନା କରାଯାଇଛି । ସହ ସଂପାଦକ ମକରଧ୍ବଜ ସାହୁ ଉଦ୍ଦେଶ୍ୟ ଜ୍ଞାପନ ସହ ଗ୍ରାମବାସୀଙ୍କୁ ସ୍ବାଗତ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top