ପୀୟୂଷ, ବିକାଶ ଓ ବର୍ଷା ଚମ୍ପିୟାନ୍
ବିଜେପୁର/ବରଗଡ : ବରଗଡ଼ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ସ୍ଥାନୀୟ ସଂକର୍ଷଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦୁଇ ଦିନିଆ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସମଲେଶ୍ବରୀ ମନ୍ଦିରରେ କ୍ରୀଡା ମଶାଲ ପ୍ରଜ୍ଜ୍ୱଳନ କରିବା ପରେ ଭବ୍ୟ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇଥିଲା । ପରେ ବିଦ୍ୟାଳୟର ପଡ଼ିଆରେ ମଶାଲ ସ୍ଥାପନ ପୂର୍ବକ ପ୍ରଧାନ ଶକ୍ଷୟିତ୍ରୀ ଚିତ୍ରରେଖା ପଧାନ କ୍ରୀଡା ପତାକା ଉତ୍ତୋଳନ କରି ଏହାକୁ ଉଦଘାଟନ କରିଥିଲେ , ଅଧ୍ୟୟନରତ ଶିକ୍ଷାର୍ଥୀଙ୍କ ଶାରୀରିକ ବିକାଶ ତଥା କ୍ରୀଡା ପ୍ରତିଭାର ଉନ୍ନତି ନିମିତ୍ତ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । କ୍ରୀଡା ଶିକ୍ଷକ କ୍ରୀଷ୍ଣାନନ୍ଦ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆନନ୍ଦ ଚନ୍ଦ୍ର ମହାପାତ୍ର, ସୁରଭି ସିଂ ବରିହା, ସରୋଜ ମେହେର, କଲ୍ୟାଣୀ ବିଶ୍ବାଳଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀ କ୍ରୀଡା ପ୍ରତିଯୋଗୀତାକୁ ପରିଚାଳନା କରିଥିଲେ , ଉଦଯାପନୀ ସମାରୋହରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ପାଣ୍ଡେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ଚିତ୍ର ରେଖା ପଧାନଙ୍କ ଅଧ୍ୟକ୍ଷତାରେ ଉଦଯାପନୀ ସମାରୋହ ଅନୁଷ୍ଠିତ ହୋଇଥିଲା । ବାଳକ ବିଭାଗରେ ପୀୟୂଷ ଗଡତୀୟା ଓ ବିକାଶ ସାହୁ, ବାଳିକା ବିଭାଗରେ ବର୍ଷା ସାହୁ ଚମ୍ପିୟାନ୍ ଘୋଷିତ ହୋଇ ପୁରସ୍କୃତ ହୋଇଥିଲେ ବିଡିଓ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।



