ରେଡିଏନ୍ସ ଶିକ୍ଷାନୁଷ୍ଠାନରେ ବିଦାୟ ସମ୍ବର୍ଦ୍ଧନା ସଭା

ରେଡିଏନ୍ସ ଶିକ୍ଷାନୁଷ୍ଠାନରେ ବିଦାୟ ସମ୍ବର୍ଦ୍ଧନା ସଭା

ବିଜେପୁର/ବରଗଡ : ବରଗଡ଼ ଜିଲ୍ଲା ବିଜେପୁର ପ୍ରକୃତି ବିହାର ସ୍ଥିତ ରେଡିଏନ୍ସ ଶିକ୍ଷାନୁଷ୍ଠାନରେ ଯୁକ୍ତ ଦୁଇ କଳା ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ବିଦାୟ ସମ୍ବର୍ଦ୍ଧନା ସଭା ଅଧ୍ୟକ୍ଷ ପ୍ରଫେସର୍ ଘନଶ୍ୟାମ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଛାତ୍ରୀ ଗାୟତ୍ରୀ ପଟେଲଙ୍କ ମଞ୍ଚ ପରିଚାଳନାରେ ମୁଖ୍ୟ ଅତିଥି ଭାବେ ଚେୟାରମେନ୍ ଅଜିତ କୁମାର ମେହେରଙ୍କ ସମେତ ଏକାଡେମିକ୍ ଡାଇରେକ୍ଟର ଗୋବିନ୍ଦ ମେହେର, ଆଡମିନିଷ୍ଟ୍ରେଟିଭ୍ ଡାଇରେକ୍ଟର ନେତ୍ରମଣୀ ମେହେର, ଉପାଧ୍ୟକ୍ଷ ସଞ୍ଜୟ ବାରିକ, ସ୍କୁଲ ଅଧ୍ୟକ୍ଷା ମୋହିନୀ ମେହେର, ଅଧ୍ୟାପିକା ରିତା ପ୍ରଧାନ, ସଞ୍ଜଳୀ ପଟେଲ, ଟିକି ସାହୁ, ସୁଜାତା ପ୍ରଧାନ, ଜ୍ୟୋତି ପ୍ରଧାନ, ଦିପାଞ୍ଜଳି ମେହେର, ହେଲିସା ବେହେରା, ନିଲମ୍ ସାହୁ, ଅଧ୍ୟାପକ ପ୍ରଫୁଲ୍ଲ ପ୍ରଧାନ, ସୁଶାନ୍ତ ସାହୁ, ଲୟକାନ୍ତ କୁମ୍ଭାର, ଆଲୋକ ପୋଢ଼, ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ଚେୟାରମେନ୍ ଶ୍ରୀଯୁକ୍ତ ମେହେର ଛାତ୍ରଛାତ୍ରୀ ମାନେ ଦେଶର ଭବିଷ୍ୟତ ବୋଲି ଚେୟାରମେନ୍ ଶ୍ରୀଯୁକ୍ତ ମେହେର ମତ ରଖିଥିବା ବେଳେ ଛାତ୍ରଛାତ୍ରୀ ମାନେ ଗୁରୁ ମାନଙ୍କର ଅମୂଲ୍ୟ ରତ୍ନ ଅଧ୍ୟକ୍ଷ ପ୍ରକାଶ କରିଥିଲେ । ଶେଷରେ ଛାତ୍ରୀ ଆସିକା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ର ପୀୟୂଷ, ପ୍ରତ୍ୟୁଷ, କିସାନ୍, ନୂତନ, ଭୋଲାଶଙ୍କର, ଖୁସିରାମ, ଶୁଭମ୍,ଛ୍ମ ଛାତ୍ରୀ ସୀମା, ନମ୍ରତା, ଶିବାନୀ ପ୍ରମୁଖ ଖାଦ୍ୟ ବଣ୍ଟନରେ ସହଯୋଗ କରିଥିଲେ । ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ପରିବେଶିତ ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କ ମନମୁଗ୍ଧ କରିଥିଲା । ଉପାଧ୍ୟକ୍ଷ ଶ୍ରୀ ବାରିକ ଛାତ୍ରଛାତ୍ରୀ ଶୃଙ୍ଖଳାକୁ ଭୂୟସୀ ପ୍ରଶଂସା କରିବି ସହିତ ଏବର୍ଷ ମଧ୍ୟ ପରୀକ୍ଷାରେ ଛାତ୍ରଛାତ୍ରୀ ମାନେ ଭଲ ପ୍ରଦର୍ଶନ କରିବେ ବୋଲି ମତ ରଖିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top