ବିଜେପୁରରେ ଜାତୀୟ ବାଳିକା ଦିବସ ପାଳିତ

ବିଜେପୁରରେ ଜାତୀୟ ବାଳିକା ଦିବସ ପାଳିତ

ବିଜେପୁର/ବରଗଡ : ବରଗଡ଼ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ବିଳିକା ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ଜାତୀୟ ବାଳିକା ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବିନିକା ବ୍ଲକର ଅବସରପ୍ରାପ୍ତ ବିଇଓ ଘନଶ୍ୟାମ ସାହୁ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ପରେ କନିଷ୍ଠ ଓ ବରିଷ୍ଠ ବିଭାଗରେ ସଂଗୀତ, ବକ୍ତୃତା, ଏକକ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବ୍ଲକର ୧୨ଟି କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟର ଛାତ୍ରୀଗଣ ପ୍ରତିଯୋଗିତାରେ ସାମିଲ୍ ହେଇଥିଲେ । ଆଗାମୀ ୨୪ ତାରିଖରେ ଜିଲ୍ଲାସ୍ତରୀୟ ଜାତୀୟ ବାଳିକା ଦିବସ ପ୍ରତିଯୋଗିତାକୁ ଛଅଜଣ ଛାତ୍ରୀ ଭାଗ ନେବାକୁ ଉତ୍ତିର୍ଣ୍ଣ ହୋଇଥିଲେ । ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଶିକ୍ଷାପ୍ରେମୀ ଘନଶ୍ୟାମ ସାହୁ ଉପସ୍ଥିତ ରହି କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ପଧାନ ଓ ଦିବାକର ବରିହା, ସ୍ଥାନୀୟ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଶଙ୍କର ପଟେଲ ମଞ୍ଚାସୀନ ଥିଲେ । ସେହିପରି ବ୍ଲକସ୍ତରୀୟ ପାଚିକା ସହାୟିକାଙ୍କ ପ୍ରଶିକ୍ଷଣ ଶିବିରରେ ଆୟୋଜିତ ଖାଦ୍ୟ ମେଳାରେ ଉତ୍ତମ ଖାଦ୍ୟ ପ୍ରସ୍ତୁତି କରିଥିବା ବିଜେପୁର, ବଡବ୍ରାହ୍ମଣୀ ଓ ବଡବାଉଁଶେନ କ୍ଲଷ୍ଟରର ମୋଟ ତିନିଜଣ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ସି.ଆର୍.ସି.ସି ରାଜେଶ୍ବର ବେହେରା ଓ ସୁଧାଂଶୁ ଶେଖର ଜାଲ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ସି.ଆର୍.ସି.ସି ତ୍ରିନାଥ ସେଠ, ନବୀନ କୁମାର ସାହୁ, ଡୋଳାମଣି କୁମ୍ଭାର, ପ୍ରଭାତ ରଞ୍ଜନ ସାହୁଙ୍କ ସମେତ ସମସ୍ତ ସି.ଆର୍.ସି.ସି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top