ମେଧାବୀ ଛାତ୍ରୀଙ୍କ ଉଦ୍ଦେଶ୍ୟରେ ଅବସରପ୍ରାପ୍ତ ବିଇଓଙ୍କ ଉପହାର

ମେଧାବୀ ଛାତ୍ରୀଙ୍କ ଉଦ୍ଦେଶ୍ୟରେ ଅବସରପ୍ରାପ୍ତ ବିଇଓଙ୍କ ଉପହାର

ବିଜେପୁର/ବରଗଡ : ବରଗଡ଼ ଜିଲ୍ଲା ବିଜେପୁର ବାଳିକା ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀରେ ସର୍ବୋଚ୍ଚ ନମ୍ବର ରଖି କୃତିତ୍ବ ଅର୍ଜନ କରିଥିବା ମେଧାବୀ ଛାତ୍ରୀଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀଯୁକ୍ତ ଶଙ୍କର ପଟେଲଙ୍କ ହସ୍ତରେ ଶିକ୍ଷାବିତ୍, ଶିକ୍ଷାପ୍ରେମୀ ତଥା ଅବସରପ୍ରାପ୍ତ ସୋନପୁର ଜିଲ୍ଲା ବିନିକା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅଭିନବ ଉପହାର ଅଞ୍ଚଳରେ ଏକ ଉଦାହରଣ ସୃଷ୍ଟି କରିଛି । ସେ ଏକଲକ୍ଷ ଟଙ୍କା ରାଶି ପ୍ରଦାନ କରିଥିବା ବେଳେ ଉକ୍ତ ଟଙ୍କାର ସୁଧ ପୁରଷ୍କାର ଭାବେ ପାଇବେ ସେହି ବର୍ଷର ମେଧାବୀ ଛାତ୍ରୀ । ଜାରିଂ ଗ୍ରାମର ବାସିନ୍ଦା ସ୍ବର୍ଗତ ଶ୍ରୀହରି ସାହୁ ଓ ରାଧା ସାହୁଙ୍କ ସୁପୁତ୍ର ତଥା ପିତାମାତାଙ୍କୁ ସର୍ବୋଚ୍ଚ ଆସନରେ ସ୍ଥାନୀତ କରିଥିବା ଶ୍ରୀଯୁକ୍ତ ଘନଶ୍ୟାମ ସାହୁ ଶିକ୍ଷା ବିଭାଗରେ କାର୍ଯ୍ୟକରି ଅବସର ନେଇଥିବା ବେଳେ ଏବେ ବି ଶିକ୍ଷାର ଉନ୍ନତିରେ ତାଙ୍କର ପ୍ରତ୍ୟେକ କାର୍ଯ୍ୟକଳାପ ତଥା ଶିକ୍ଷାନୁଷ୍ଠାନ ମାନଙ୍କରେ ତାଙ୍କର ସମ୍ପୃକ୍ତି ତାଙ୍କର କର୍ମମୟ ଜୀବନର ଅଫୁଟନ୍ତା ଆଭାଷର ସୂଚନା ଦିଏ । ଆଜିର ଏପରି କାର୍ଯ୍ୟ ଶିକ୍ଷାପ୍ରେମୀ ତଥା ଜନସାଧାରଣଙ୍କ ଅନ୍ତରରେ ପ୍ରଶଂସା ସହିତ ତାଙ୍କପ୍ରତି ସମ୍ମାନ ଦ୍ବିଗୁଣିତ ହୋଇଛି ।

Leave a Comment

Your email address will not be published. Required fields are marked *

Scroll to Top