ଅତାବିରା ବ୍ଲକ ସ୍ତରୀୟ ମାସିକ ଆଲୋଚନାଚକ୍ର

ବି.ଇ.ଓ ଙ୍କ ମାର୍ଗଦର୍ଶନ ଉପସ୍ଥାପନା

ଅତାବିରା/ବରଗଡ : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ବିରପାହାଡ ପାଦଦେଶରେ ଅବସ୍ଥିତ ଅମଲିପାଲି ୟୁ.ଜି.ଏଚ୍.ଏସ୍ ରେ ୧୩ତମ ବ୍ଲକ୍ ସ୍ତରୀୟ ମାସିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଅତାବିରା ଗୋଷ୍ଠୀ ଶିକ୍ଷାଧିକାରିଣୀ ସୁଶ୍ରୀ ମିଶ୍ରାଣୀ କୁମ୍ଭାରଙ୍କ ଅନୁମତି କ୍ରମେ ଅନୁଷ୍ଠିତ ସଭାରେ ସ୍ଥାନୀୟ ପ୍ରଧାନ ଶିକ୍ଷୟିତ୍ରୀ ପ୍ରବୀଣା ସୁନା ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷାଧିକାରିଣୀ, ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ତପନ କୁମାର ଦାସ ଉପସ୍ଥିତ ରହି ମାର୍ଗଦର୍ଶନ ପ୍ରଦାନ କରିଥିଲେ । ସହକାରୀ ଶିକ୍ଷକ ରବୀନ୍ଦ୍ର ନାଥ ଭୋଇଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ପୂର୍ବ ବୈଠକର କାର୍ଯ୍ୟାନୁଷ୍ଠାନ ରିପୋର୍ଟ, ଗତ ମାସରେ ଆୟୋଜିତ ବିଦ୍ୟାଳୟକୁ ଦିଆଯାଇଥ‌ିବା ପରାମର୍ଶର କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଉପସ୍ଥାପନା, ଉତ୍କର୍ଷ କାର୍ଯ୍ୟକ୍ରମ, ଖାନ ଏକାଡେମିର ଗଣିତ ଦକ୍ଷତା ବୃଦ୍ଧି ପଦକ୍ଷେପ, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର-୨୦୨୪ ବିଷୟରେ ଆଲୋଚନା, ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷାରେ ଅନୁପ‌ସ୍ଥିତ ଛାତ୍ରଛାତ୍ରୀଙ୍କ ଚିହ୍ନଟ ଏବଂ ପରୀକ୍ଷାରେ
ଅନୁପସ୍ଥିତିର କାରଣ ସହିତ ବ୍ଲକସ୍ତରୀୟ ରିପୋର୍ଟ୍ ଦାଖଲ, ଏସ୍.ଆଇ.ଓ.ଏସ. ରେ ବିଦ୍ୟାଳୟ ଛାଡିଥିବା ଛାତ୍ରଛାତ୍ରୀଙ୍କ ଆଡମିଶନ, ଏସ୍.ଆଇ.ଓ.ଏସ୍ ଶ୍ରେଣୀ ପରିଚାଳନାର ସ୍ଥିତି – ଏକ ସପ୍ତାହରେ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଶ୍ରେଣୀ ପରିଚାଳନାର ଉପସ୍ଥାପନା ଆଦି ପ୍ରସଙ୍ଗ ଗୁଡିକ ସଭାରେ ସ୍ଥାନୀତ ହୋଇଥିଲା । ମଧ୍ୟାହ୍ନ ଭୋଜନ ବିରତି ପରେ ବିଦ୍ୟାଳୟର ପରିଦର୍ଶନ କାର୍ଯ୍ୟକ୍ରମରେ ମଧ୍ୟାହ୍ନ ଭୋଜନ, ଲାଇବ୍ରେରୀ, ସାଇନ୍ସ ଲେବ୍, କ୍ଲବ୍ ବୋର୍ଡ, ସମସ୍ତ ଶ୍ରେଣୀ ପରିଚାଳନା, ବିଦ୍ୟାଳୟ ପରିବେଶ ଆଦି ସାମିଲ ଥିଲା । ଶେଷରେ ବିଦ୍ୟାଳୟ ମତାମତ ଫର୍ଦ୍ଦ ଦାଖଲ କରାଯାଇ ଏହାର ଏକକିତା ନକଲ ବୈଠକ ଅନୁଷ୍ଠିତ ହେଉଥିବା ବିଦ୍ୟାଳୟକୁ ପ୍ରଦାନ କରାଯାଇଥିଲା । ଶେଷରେ ଛାତ୍ରୀମାନଙ୍କ ଦ୍ବାରା କେତୋଟି ସୁନ୍ଦର ନୃତ୍ୟ ପରିବେଷଣ କରାଯାଇଥିଲା । ସହକାରୀ ଶିକ୍ଷକ ରିକୁନାଥ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷକ ଜିତୁ ମହାନନ୍ଦ,ଗୁଣମଣି ଲୁହା, ରାକେଶ ଧରୂଆ, ସଞ୍ଜୟ କୁମାର ଭୋଇ, ଶିକ୍ଷୟିତ୍ରୀ ଗିରିଜା ପ୍ରଧାନ, ରୀତା ପଧାନ, ଗୀତା ପଧାନ ଓ ରଞ୍ଜିତା ଭୋଇ ଆଦି ସମସ୍ତେ ବ୍ୟବସ୍ଥାପକ ଭାବେ ଉପସ୍ଥିତ ଥିଲେ ।
ତୁଲାରାମ୍ ପଟେଲ, ମଧୁସୂଦନ ରଣା, ଡୋଲେଶ୍ୱର୍ ରଣା, ଶଶିମୁଖି ସାହୁ, ସୌଦାମିନୀ ଭୂଏ, ବିଦ୍ୟାଳୟ ପରିଚାଳନା କମିଟି ଓ ଛାତ୍ରଛାତ୍ରୀବୃନ୍ଦ ସହଯୋଗ କରି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top