ବହ୍ନିକନ୍ୟା ପାର୍ବତୀଗିରିଙ୍କ ୯୯ ତମ ଜୟନ୍ତୀ ପାଳନ

Oplus_131072

ବହ୍ନିକନ୍ୟା ପାର୍ବତୀଗିରିଙ୍କ ୯୯ ତମ ଜୟନ୍ତୀ ପାଳନ

ବିଜେପୁର/ବରଗଡ : ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ସମଲେଇପଦର ପାର୍ବତୀଗିରି ଅନାଥା ବୃଦ୍ଧାଶ୍ରମରେ ବହ୍ନିକନ୍ୟା ପାର୍ବତୀଗିରିଙ୍କ ୯୯ ତମ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହା ସହିତ ବହୁ ଘାତ ପ୍ରତିଘାତ ମଧ୍ୟରେ ସଂଘର୍ଷମୟ ଜୀବନ ଅତିବାହିତ କରିଥିବା ଜଳନ୍ଧର ପଟେଲଙ୍କ ଅକ୍ଲାନ୍ତ ପରିଶ୍ରମ ତଥା ବରଗଡ଼ ସହିତ ଆଖ ପାଖ ଜିଲ୍ଲାର ଜନସାଧାରଣଙ୍କ ପ୍ରଚେଷ୍ଟାରେ ଗଢ଼ି ଉଠିଥିବା ବୃଦ୍ଧାଶ୍ରମର ଅଷ୍ଟମ ବାର୍ଷିକୀ ଉତ୍ସବ ସୁବାଷ ପଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ବିଜେପୁର ଜୋନର ଜିଲ୍ଲା ପରିଷଦ ସଦସ୍ୟ ସୁଶାନ୍ତ କୁମାର ଗଡତିଆ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ । ବୃଦ୍ଧାଶ୍ରମର ସମ୍ପାଦକ ଜଳନ୍ଧର ପଟେଲ ବାର୍ଷିକ ବିବରଣୀ ପଠନ କରିଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଦୈନିକ ସମ୍ବାଦ ପତ୍ର ସମାଜର ସହ ସମ୍ପାଦକ ଶ୍ରୀମାନ ଯୋଗେଶ ବଢେଇ, ଇବଥରମାଲ ତାପଜ ବିଦ୍ୟୁତ କେନ୍ଦ୍ରର ଅବସରପ୍ରାପ୍ତ କର୍ମଚାରୀ ଧିରେନ୍ଦ୍ର ପଣ୍ଡା ଏଇ ଶୁଭ ମୁହୂର୍ତ୍ତରେ ଯୋଗଦାନ କରି ଥିବା ବେଳେ, ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁରର ଓଡିଆ ବିଭାଗର ମୁଖ୍ୟ ଅଧ୍ୟାପକ ଡ.ସରୋଜ କୁମାର ନାଏକ ମୁଖ୍ୟ ବକ୍ତା ଏବଂ କଟାପାଲି ଯୁକ୍ତ ତିନି ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ବିଭୁଦତ୍ତ ପଧାନ ସମ୍ମାନୀତ ବକ୍ତା ଭାବେ ଯୋଗଦାନ କରି ବହ୍ନିକନ୍ୟା ପାର୍ବତୀଗିରିଙ୍କ ଜୀବନୀ ବିଷୟରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ । ସୁଧାଂଶୁ ଶେଖର ଜାଲ ମଞ୍ଚ ସଂଯୋଜନା କରିଥିଲେ। ଏହା ପୂର୍ବରୁ ପ୍ରାତଃ ୫ ଘଣ୍ଟା ସମୟରେ ପ୍ରଭାବ ଫେରି ସମେତ ରାମଧୂନ ଗାନ, ସକାଳ ୮ ଘଟିକାରେ ଗ୍ରାମ ସଫେଇ କାର୍ଯ୍ୟକ୍ରମ ଏବଂ ଅପରାହ୍ନ ୨ ଘଟିକାରେ ସଭାର ଆୟୋଜନ କରାଯାଇଥିଲା । ଅତିଥି ଗଣ ପାର୍ବତୀ ସ୍ମୃତି କମିଟି ଓ ଆଶ୍ରମ ଅନ୍ତେବାସୀଙ୍କ ପକ୍ଷରୁ ବରିଷ୍ଠ ନାଗରିକ ସଂଘ ବିଜେପୁର ଏବଂ ମାରଓ୍ବାଡ଼ି ଯୁବା ମଞ୍ଚ, ବରଗଡ଼ଙ୍କୁ ପାର୍ବତୀ ଗିରି ସେବା ସମ୍ମାନରେ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସୁଦାମ ଲୁହା ମାନପତ୍ର ପଠନ କରିଥିଲେ । ଶେଷରେ ଲାଲ ସାହେବ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

Oplus_131072

Leave a Comment

Your email address will not be published. Required fields are marked *

Scroll to Top