ବରମୁଣ୍ଡା ଯୋଗେଶ୍ବର ମଠରେ ମକର ମେଳା ଉତ୍ସବ

Oplus_131072

ବରମୁଣ୍ଡା ଯୋଗେଶ୍ବର ବାବା ମଠରେ ମକର ମେଳା ଉତ୍ସବ

ବିଜେପୁର/ବରଗଡ : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ବରମୁଣ୍ଡା ଗ୍ରାମର ଭବ୍ୟ ଯୋଗେଶ୍ୱର ବାବା ମଠରେ ତିନି ଦିନ ଧରି ମହାଡ଼ମ୍ବରରେ ମକର ସଂକ୍ରାନ୍ତି ମେଳା ଉତ୍ସବ ପାଳିତ ହୋଇଯାଇଛି । ପ୍ରଥମ ଦିବସ ରବିବାର ଦିନ ଗ୍ରାମ ତଥା ଆଖପାଖ ଗ୍ରାମର ମହିଳା ଭକ୍ତ ମାନେ କଳସ ଯାତ୍ରାରେ ସାମିଲ ହୋଇ ଗ୍ରାମର ସଙ୍କିର୍ତ୍ତନ୍ୟ ମଣ୍ଡଳୀରେ ଭକ୍ତିରସାମୃତ ପାନ କରି ଯୋଗେଶ୍ୱର ମଠରେ କଳସ ସ୍ଥାପନ କରିବା ପରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା । ସେଦିନ ଭକ୍ତ ମାନେ ବକ୍ତା ମୁଖରୁ ଭାଗବତ ଗୀତାମୃତ ଶ୍ରବଣ କରି ଭକ୍ତି ରସରେ ଅନୁପ୍ରାଣିତ ହୋଇଥିଲେ । ଦ୍ବିତୀୟ ଦିବସ ସୋମବାର ଦିନ ବରପାଲି ସୁନାରୀପଡା ‘ବାବା ପୂର୍ଣ୍ଣାନନ୍ଦ ରାମାୟଣ ପାରାୟଣ’ ଦଳ ଦ୍ବାରା ସୀତା ଚୋରୀ ଅଧ୍ୟାୟ ପରିବେଷଣ ଓ ତୃତୀୟ ଦିବସ ମଙ୍ଗଳବାର ଦିନ ଲକ୍ଷ୍ମୀପୁରାଣର ନିଖୁଣ ଅଭିନୟ ଅସଂଖ୍ୟ ଦର୍ଶକଙ୍କ ମନମୁଗ୍ଧ କରିଥିଲା । କାର୍ଯ୍ୟକ୍ରମର ପ୍ରତ୍ୟେକ ଦିବସରେ ଭକ୍ତମାନଙ୍କୁ ମକର ପ୍ରସାଦ ସେବନରେ ଆପ୍ୟାୟିତ କରାଯାଇଥିବା ବେଳେ ପରିଶେଷରେ କଳସ ଭସାଣ ଉତ୍ସବ ଅନୁଷ୍ଠିତ ହୋଇ ମକର ମେଳା ଉତ୍ସବର ପରିସମାପ୍ତି ଘଟିଥିଲା । ଉକ୍ତ ମେଳାରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିବା ବେଳେ ସମଗ୍ର କାର୍ଯ୍ୟକ୍ରମରେ ବରମୁଣ୍ଡା ଗ୍ରାମବାସୀ ସମ୍ପୂର୍ଣ୍ଣ ଭାବେ ସହଯୋଗ କରି ମକର ମେଳା ଉତ୍ସବର ସଫଳ ରୂପାୟନ କରିଥିଲେ ।

Oplus_131072

Leave a Comment

Your email address will not be published. Required fields are marked *

Scroll to Top