

ଜିଲ୍ଲା ପରିଷଦ ସଭ୍ୟଙ୍କ ମହାନତା
ବିଜେପୁର : ବରଗଡ ଜିଲ୍ଲା ବିଜେପୁର ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ସୁଶାନ୍ତ କୁମାର ଗଡତିଆ କୌଣସି କାର୍ଯ୍ୟରେ ଯାଉଥିବା ବେଳେ ଗୁଡିମୁଣ୍ଡା ପାଖରେ ରାସ୍ତା କଡରେ ରାଧେଶ୍ୟାମ ନାମକ ଜଣେ ବ୍ୟକ୍ତି ଅସହାୟ ଭାବେ ଥିବାର ଦେଖିବାକୁ ପାଇଥିଲେ । ଏହା ଦେଖି ୧୦୮ ନମ୍ବରକୁ ଯୋଗାଯୋଗ କରି ସାଥିରେ ଥିବା ସୁଶାନ୍ତ ସାହୁଙ୍କ ସହ ଅମ୍ବୁଲେନ୍ସ ଯୋଗେ ବିଜେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣି ତାର ଚିକିତ୍ସା କରାଇଥିଲେ । ତାର ପରିଧାନ ବଦଲାଇ ଭଳମନ୍ଦ ବୁଝିଥିଲେ । ପରେ ସ୍ଥାନୀୟ ତହସିଲଦାର, ବିଡିଓ ଓ ଥାନାଧିକାରୀଙ୍କ ଜରିଆରେ ବିଜେପୁର ନିକଟସ୍ଥ ସମଲେଇପଦର ପାର୍ବତୀଗିରି ବୃଦ୍ଧାଶ୍ରମରେ ଥଇଥାନ କରାଯାଇଥିବା ବୃଦ୍ଧାଶ୍ରମ ପରିଚାଳକ ଜଳନ୍ଧର ପଟେଲଙ୍କ ପ୍ରତ୍ୟକ୍ଷରେ ଜଣାଇଛନ୍ତି । ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଯୁକ୍ତ ଗଡତିଆଙ୍କ ଏପରି କାର୍ଯ୍ୟ ସମାଜର ସମସ୍ତ ଅସହାୟ, ଅନାଥ ବ୍ୟକ୍ତି ବିଶେଷଙ୍କ ଉଦ୍ଦେଶ୍ୟରେ ସେବା ମନୋଭାବ ତଥା ଅଞ୍ଚଳର ଯୁବବର୍ଗଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି ।





