

ନବ ବର୍ଷ ଦିବସରେ ବୃଦ୍ଧାଶ୍ରମକୁ ବୁଲି ଆସିଲେ ତହସିଲଦାର
ବିଜେପୁର/ବରଗଡ଼ : ନବ ବର୍ଷ ଦିବସ ଅବସରରେ ପ୍ରଥମ ଜାନୁୟାରୀ ୨୦୨୫ ଦିନ ସମଲେଇପଦର ପାର୍ବତୀ ଗିରି ଅନାଥ ବୃଦ୍ଧାଶ୍ରମକୁ ବୁଲି ଆସିଥିବା ବେଳେ ବିଜେପୁର ତହସିଲଦାର କର୍ଣ୍ଣ ସୁନା ବୃଦ୍ଧାଶ୍ରମର ପରିଚାଳନା ଓ ରକ୍ଷଣାବେକ୍ଷଣ ବିଷୟରେ ପରିଚାଳକ ଜଳନ୍ଧର ପଟେଲଙ୍କୁ ପଚାରି ବୁଝିଛନ୍ତି। ପାଚେରି, ପୋଖରୀ, ରାସ୍ତା ଆଦି ବିଭିନ୍ନ ଆବଶ୍ୟକତା ଗୁଡିକୁ ନଜରରେ ରଖି ନିଜ ତରଫରୁ ଯଥା ସମ୍ଭବ ସହଯୋଗର ହାତ ବଢାଇବେ ବୋଲି କହିଛନ୍ତି । ଏହି ଅବସରରେ ଜଳଖିଆ, ସାବୁନ ଦେଇ ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ସହିତ ମିଶିବା ପରେ ତହସିଲଦାର ଶ୍ରୀ ସୁନାଙ୍କ ବବା, ବଡି ସମ୍ବୋଧନ ତଥା ସୁଚିମନ୍ତ ବ୍ୟବହାରରେ ଅନ୍ତେବାସୀମାନେ ଆତ୍ମିୟତା ତଥା ଆନ୍ତରିକତାର ପାରିବାରିକ ପରସ ପାଇଥିବା ପ୍ରକାଶ କରିଛନ୍ତି । ଆଗମନ ସମୟରେ ତହସିଲଦାର ଶ୍ରୀ ସୁନା, ପିଅନ ଗୋକୁଳାନନ୍ଦ ଭୋଇ ଓ ଗାଡିଚାଳକ ବଳରାମ ଭୋଇଙ୍କୁ ପରିଚାଳକ ଶ୍ରୀ ପଟେଲ ସ୍ବାଗତ ଜଣାଇଥିଲେ ।



