ବରଗଡ ମହିଳା ସମିତି ବୃଦ୍ଧାଶ୍ରମରେ ପାଳିଲେ ନବବର୍ଷ : ଏକ ସୁସ୍ଥ ଜନ ସଚେତନତା ସୃଷ୍ଟି ତାଙ୍କର ଲକ୍ଷ

Oplus_131072

ବରଗଡ ମହିଳା ସମିତି ବୃଦ୍ଧାଶ୍ରମରେ ପାଳିଲେ ନବବର୍ଷ : ଏକ ସୁସ୍ଥ ଜନ ସଚେତନତା ସୃଷ୍ଟି ତାଙ୍କର ଲକ୍ଷ

ବିଜେପୁର/ବରଗଡ଼ : ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ସମଲେଇପଦର ପାର୍ବତୀ ଗିରି ଅନାଥ ବୃଦ୍ଧାଶ୍ରମରେ ବରଗଡ ମହିଳା ସମିତିର ସଭ୍ୟାମାନେ ଏକ ସୁସ୍ଥ ଜନ ସଚେତନତା ସୃଷ୍ଟି ଲକ୍ଷରେ ଅନ୍ତେବାସୀଙ୍କ ଗହଣରେ ନବବର୍ଷର ପ୍ରଥମ ଦିନ ପାଳନ କରିଛନ୍ତି । ବୃଦ୍ଧାଶ୍ରମ ପରିଚାଳକ ସମସ୍ଥ ସଭ୍ୟାଙ୍କୁ ସ୍ବାଗତ ଜଣାଇଥିଲେ । ସଭ୍ୟା ମାନେ ଆଶ୍ରମରେ ରୋଷେଇ କରି ଅନ୍ତେବାସୀଙ୍କୁ ଆପ୍ୟାୟିତ କରିବା ସହିତ ସେମାନଙ୍କ ଗହଣରେ ଅନେକ ସମୟ ବିତାଇଥିଲେ । ପରୋପକାର ହିଁ ମଣିଷର ଅସଲ ଧର୍ମ ଓ ଆଧ୍ୟାତ୍ମିକତା ବୋଲି ସ୍ୱାମୀ ବିବେକାନନ୍ଦ କହିବା ସହିତ ସେ ଦିଗରେ କାର୍ଯ୍ୟ ମଧ୍ୟ କରିଯାଇଥିବା ହେତୁ ସେହି ଆଦର୍ଶକୁ ପାଥେୟ ତଥା ନର ରୂପି ନାରାୟଣଙ୍କ ସେବାରେ ଅସଲ ମଣିଷ ପଣିଆ ଆମ ସାଂସ୍କୃତିକ ବିଚାରକୁ ସମ୍ମାନ ଜଣାଇ ବୃଦ୍ଧାଶ୍ରମରେ ନବବର୍ଷ ପାଳନ କରିଛୁ ବୋଲି ବରିଷ୍ଠ ସଭ୍ୟା ମମତା ମିଶ୍ର ପ୍ରତିକ୍ରିୟା ଦେଇଥିବା ବେଳେ ସମିତିର ଅନ୍ୟ ସଭ୍ୟାମାନେ ବିଭିନ୍ନ ପ୍ରତିକ୍ରିୟା ଦେଇଥିଲେ । ସଭ୍ୟାଙ୍କ ମଧ୍ୟରେ ମନ୍ଦାକିନୀ ପତି, କନକ ପ୍ରଧାନ, ସୁମିତ୍ରା ଦାସ, ପଦ୍ମିନୀ ପଧାନ, ସସ୍ମିତା ପଟ୍ଟନାୟକ, ତନିମା ଦାଶ, ବାସନ୍ତୀ ପଟ୍ଟନାୟକ, ସୁଧାଂଶୁବାଲା ଦାସ, ନିବେଦିତା ପୁଝାରୀ ପ୍ରମୁଖ ସାମିଲ ହୋଈ ଅନ୍ତେବାସୀଙ୍କ ସହ ସେମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ଆଶ୍ରମର ପାଚେରୀ, ପୋଖରୀ, ରାସ୍ତା ସହିତ ଆହୁରି ଜାଗାର ଆବଶ୍ୟକତା ତଥା ବିଭିନ୍ନ ସମସ୍ୟାର ତ୍ବରିତ ସମାଧାନ ଜରୁରୀ ଉପଲବ୍ଧି କରି ସ୍ଥାନୀୟ ଜନପ୍ରତିନିଧି ଦୃଷ୍ଟି ଦେବାକୁ ମହିଳା ସମିତି ପକ୍ଷରୁ ନିବେଦନ କରାଯାଇଥିବା ସମିତି ପକ୍ଷରୁ ସୂଚନା ଦେଇଛନ୍ତି ।

Leave a Comment

Your email address will not be published. Required fields are marked *

Scroll to Top