

ପାର୍ବତୀ ଗିରି ବୃଦ୍ଧାଶ୍ରମରେ ଏସବିଆଇ ଦ୍ୱାରା ନୂତନ ବର୍ଷର ଦିବସ ପାଳନ
ବିଜେପୁର/ବରଗଡ଼ :ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ସମଲେଇପଦର ପାର୍ବତୀ ଗିରି ବୃଦ୍ଧାଶ୍ରମରେ ଅଦ୍ୟ ତା.୦୧.୦୧.୨୦୨୫ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ତରଫରୁ ନୂତନ ବର୍ଷର ଦିବସ ପାଳନ କରାଯାଇଛି । ବୃଦ୍ଧାଶ୍ରମର ପରିଚାଳକ ଜଳନ୍ଧର ପଟେଲ ବ୍ୟାଙ୍କ ଅନିକାରୀଗଣଙ୍କୁ ସ୍ବାଗତ କରିଥିଲେ ।ଏହି ଅବସରରେ ଆଞ୍ଚଳିକ ପରିଚାଳକ ଶ୍ରୀ ମଧୁସୂଦନ ରଥ ଅନ୍ତେବାସୀଙ୍କୁ ପାଦ ପରିଧାନ ବଣ୍ଟନ କରିଥିଲେ ଏବଂ ବ୍ୟାଙ୍କ ତରଫରୁ ବିଭିନ୍ନ କିରାନା ସାମଗ୍ରୀ ସହିତ ଅନ୍ତେବାସୀଙ୍କୁ ସହାୟତା ପ୍ରଦାନ କରିଥିଲେ । ଶ୍ରୀ ରଥ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ବ୍ୟାଙ୍କ ଏହା ପୂର୍ବରୁ ପେୟ ଜଳ ବିଶୋଧନକାରୀ ଆକ୍ବାଗାର୍ଡ ଏବଂ ଅନ୍ତେବାସୀଙ୍କ କଲ୍ୟାଣ ପାଇଁ ଏକ ଅଟୋ-ରିକ୍ସା ସାହାଯ୍ୟ କରିଥିଲା । ସେ ଏହା ମଧ୍ୟ କହିଛନ୍ତି ଯେ ଏସବିଆଇ ହେଉଛି ଦେଶର ପ୍ରମୁଖ ବ୍ୟାଙ୍କିଙ୍ଗ ଅନୁଷ୍ଠାନ ଯାହା ରାଷ୍ଟ୍ର ନିର୍ମାଣ ପ୍ରକ୍ରିୟାରେ ସକ୍ରିୟ ଭାବରେ ଜଡିତ ଏବଂ ଦେଶର ଦୈର୍ଘ୍ୟ ଏବଂ ପ୍ରସ୍ଥରେ ସିଏସ୍ଆର କାର୍ଯ୍ୟକଳାପ କରିଥାଏ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ପରିଚାଳକ (ଲିଡ୍ ବ୍ୟାଙ୍କ) ଶ୍ରୀ ମହେଶ୍ୱର ସାହୁ, ମୁଖ୍ୟ ପରିଚାଳକ (ଡିଭିଏଏସ୍) ଦେବାଶିଷ ବିର୍ତିଆ, ପଳିଚାଳକ (ଏଚଆର୍) ଶ୍ରୀ ପ୍ରିତିଶ ସେଖର ସେଠୀ, ଡେପୁଟି ମ୍ୟାନେଜର, ଶ୍ରୀ ହରିଲାଲ ନାୟକ, ଆସିଷ୍ଟାଣ୍ଟ ଶ୍ରୀ ଗୌରବ କୁମାର ବାଲିୟାସେ ଓ ଅନ୍ୟମାନେ ସାମିଲ ଥିଲେ ।



