ନୂଆଁସକାଲ ପବ୍ଲିକେସନ୍ସ୍ ର ବହି ମିଶନ୍ ୩୬୫ କାର୍ଯ୍ୟକ୍ରମ : ୭ଖଣ୍ଡ ବହି ଉନ୍ମୋଚିତ

ନୂଆଁସକାଲ ପବ୍ଲିକେସନ୍ସ୍ ର ବହି ମିଶନ୍ ୩୬୫ କାର୍ଯ୍ୟକ୍ରମ : ୭ଖଣ୍ଡ ବହି ଉନ୍ମୋଚିତ

ଡୁଙ୍ଗୁରିପାଲି/ସୋନପୁର : ସୋନପୁର ଜିଲ୍ଲା ନୂଆଁସକାଲ ପବ୍ଲିକେସନ୍ସ୍, ଡୁଙ୍ଗୁରିପାଲି ର ବହି ମିଶନ୍ ୩୬୫ କାର୍ଯ୍ୟକ୍ରମ ସ୍ଥାନୀୟ ସାଇ ଗେଷ୍ଟହାଉସ ଠାରେ ଅନୁଷ୍ଠିତ ହୋଇଯାଇଛି । ନାଟ୍ୟକାର ତଥା ଶିକ୍ଷାବିତ୍ ମୋହନ ସିଂ କହ୍ନେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମକୁ ନିରଞ୍ଜନ ପଣ୍ଡା ସାମୁହିକ ଭାବେ ଉଦଘାଟନ କରିଥିଲେ । ସମ୍ପାଦକ ଗୌରାଙ୍ଗ ପାଣ୍ଡେ ଅତିଥି ସ୍ବାଗତ ସହିତ ମଞ୍ଚ ପରିଚାଳନା ଦାୟୀତ୍ବ ତୁଳାଇଥିବା ବେଳେ ମୁଖ୍ୟ ଅତିଥି ଭାବେ ସୁରେଶ ଚନ୍ଦ୍ର ଭୋଇ (ପ୍ରତିଷ୍ଠାତା-ଆମର୍ ଦମ୍) ଓ ମୁଖ୍ୟବକ୍ତା ଭାବେ ବରିଷ୍ଠ ସାହିତ୍ୟିକ ଜ୍ୟୋତିପ୍ରକାଶ ଗଡତ୍ୟା ଉପସ୍ଥିତ ଥିଲେ । ସମ୍ମାନୀତ ଅତିଥି ଭାବେ କଥାକାର ତେଜରୁ ବାରିକ ଓ ନାଟ୍ୟକାର ଚନ୍ଦାବତୀ ପାଣ୍ଡେ ଉପସ୍ଥିତ ରହି ସମ୍ବଲପୁରୀ/କୋଶଲି ସାହିତ୍ୟ ଲେଖନୀ ଉପରେ ମତ ମନ୍ତବ୍ୟ ଉପସ୍ଥାପନ କରିଥିଲେ । ସଭାରେ ନୂଆଁସକାଲ ଡିସେମ୍ବର ୨୦୨୪ ସଂଖ୍ୟା, ସେବକ ଚରଣ ଦାଶଙ୍କର ପ୍ରବନ୍ଧ ଅବଗି ନୂଆଁ ଓ ଅବଲୁପ୍ତ ଖଜାନା ରାନୀପୁର ଝରିଆଲ୍ (ହିନ୍ଦୀ), ଡିଲେଶ୍ବର ସାହୁଙ୍କର ଖାଏମା ପିତା ଗାଏମା ଗୀତା, ଇନ୍ଦ୍ରମଣି କୁମ୍ଭାରଙ୍କର ପ୍ରବନ୍ଧ ଲୋଇଗୀତ ନୁ ସମାଜର କଥା, ସନ୍ତୋଷ କୁମାର ଅଗ୍ରଓ୍ବାଲଙ୍କର ଉପନ୍ୟାସ କୁଞ୍ଜଘାଟିଆ ଓ କଥାନି ଜୁଡେଗପ ଉନ୍ମୋଚିତ ହୋଇଥିଲା । ଏହି ଅବସରରେ ନିରଞ୍ଜନ ପଣ୍ଡା, ମୋହନ ସିଂ କହ୍ନେଇ, ସୁରେଶ ଚନ୍ଦ୍ର ଭୋଇ, ତେଜରୁ ବାରିକ, ଜ୍ୟୋତି ପ୍ରକାଶ ଗଡତ୍ୟା, ଚନ୍ଦ୍ରାବତୀ ପାଣ୍ଡେ, ସେବକ ଚରଣ ଦାଶ, ଡିଲେଶ୍ବର ସାହୁ, ଇନ୍ଦ୍ରମଣି କୁମ୍ଭାର, ସନ୍ତୋଷ କୁମାର ଅଗ୍ରଓ୍ବାଲ ପ୍ରମୁଖଙ୍କୁ ପୁଷ୍ପମାଲ୍ୟ, ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଗାଇସିଲେଟ, ବରଗଡ, ବିଜେପୁର, ବରପାଲି, ଡୁଙ୍ଗୁରିପାଲି, ସାଲେଭଟା, ବଲାଙ୍ଗୀର, ଟିଟିଲାଗଡ, ତରଭା, ବୌଦ୍ଧ ଆଦି ଅଞ୍ଚଳର ପ୍ରକାଶକ, ସମ୍ପାଦକ, କବି, ଲେଖକ, ସାହିତ୍ୟିକ ତଥା ପାଠକ ଉପସ୍ଥିତ ଥିଲେ । ସମଗ୍ର କାର୍ଯ୍ୟକ୍ରମରେ ଜୟ ପଧାନ, ପ୍ରବୀଣ ସୁନା ଓ ବନମାଳି ପୋଢ ସହଯୋଗ କରିଥିଲେ ଓ ଅମୂଲ୍ୟ ବେହେରା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top