Farmer Suicide Ganjam : ଆତ୍ମହତ୍ୟା କରିଥିବା ଚାଷୀ ର ପରିବାର ଙ୍କୁ ଆର୍ଥିକ ସହାୟତା ର ହାତ ବଢ଼ାଇଲେ ବିଧାୟକ

ଗଞ୍ଜାମ/ ଛତ୍ରପୁର : ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍ ବଡ଼ମାଧପୁର ପଞ୍ଚାୟତର ବରଙ୍ଗ ଗ୍ରାମରେ ଅବିରତ ବର୍ଷାରେ ଧାନ ଫସଲ ବ୍ୟାପକ କ୍ଷୟକ୍ଷତି ହେବାରୁ ଚାଷୀ ବନମାଳୀ ପେଣ୍ଠେଇ ନିଜ ଘର ପାଇଖାନା ରେ ଆତ୍ମହତ୍ୟା କରିଥିବା ଦୁଃଖଦ ଘଟଣା ଘଟିଛି। ଶୁକ୍ରବାର ଏହି ଦୁଃଖଦ ଘଟଣା ପରେ, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଥିବା ସହିତ ନିଜ ତରଫରୁ ୩୦,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ସେ ଚାଷୀମାନଙ୍କୁ ଧୈର୍ଯ୍ୟ ରଖିବାକୁ ଅନୁରୋଧ କରି, ସରକାର ତାଙ୍କ ସହ ଥିବା ଓ ସହାୟତା ପ୍ରଦାନ ପାଇଁ ଉଚ୍ଚସ୍ତରୀୟ ବୈଠକ ଚାଲିଥିବା ସୂଚନା ଦେଇଛନ୍ତି। ଏହା ସହିତ, ଚାଷୀଙ୍କ ଆତ୍ମହତ୍ୟାର କାରଣ ତଦନ୍ତ ପାଇଁ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ସୂଚନା ମଧ୍ୟ ମିଳିଛି । 

Leave a Comment

Your email address will not be published. Required fields are marked *

Scroll to Top