7th Kumelsingha Premier League: ୭ମ କୁମେଲସିଂହା ପ୍ରିମିୟର କ୍ରିକେଟ ଲିଗ ଉଦଘାଟିତ

ଅତାବିରା/ବରଗଡ : ବରଗଡ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ କୁମେଲସିଂହା ହାଇସ୍କୁଲ ପଡିଆରେ କୁମେଲସିଂହା ଆଥେଲେଟିକ ଏସୋସିଏସନ ତରଫରୁ ତା.୨୬.୧୩.୨୦୨୫ ଗୁରୁବାର ଦିନ କୁମେଲସିଂହା ହପ୍ତମ ପ୍ରିମିୟର କ୍ରିକେଟ ଲିଗ ଉଦଘାଟିତ ହୋଇଯାଇଛି । ସଂଘ ସଭାପତି ସଞ୍ଜୟ ମହାନନ୍ଦଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୁମେଲସିଂହା ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ କୁମୁଦିନୀ ମହାନନ୍ଦ, ସମ୍ମାନୀତ ଅତିଥି ଭାବେ ସମିତି ସଭ୍ୟା ଶ୍ରୀମତୀ ବନିତା ନାଗ, ପୂର୍ବତନ ସରପଞ୍ଚ ଶ୍ରୀମତୀ ଜ୍ୟୋତିର୍ମୟୀ ନାୟକ, ପୂ୍ବତନ ବରଗଡ ଜିଲ୍ଲା ଆଇ.ପି.ଇ ତଥା କୁମେଲସିଂହା ଶାରୀରିକ ଶିକ୍ଷା ଶିକ୍ଷକ ଶ୍ରୀଯୁକ୍ତ ତ୍ରିଲୋକ୍ୟ ନାୟକ ଯୋଗ ଦେଇ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ । ବିନୋଦ ନାଗ ଧନ୍ୟବାଦ ଅର୍ପଣ କରିଥିଲେ । ସମୁଦାୟ ଚାରିଗୋଟି ଦଳ ଭାଗ ନେଇଥିବା ଉକ୍ତ ପ୍ରିମିୟର ଲିଗ ରେ ପରମେଶ୍ୱର ସାହୁ ଓ ବିମଲ ବାଙ୍କା ଅମ୍ପିୟର୍ ଦାୟୀତ୍ବ ତୁଳାଇଥିଲେ । ସମଗ୍ର କାର୍ଯ୍ୟକ୍ରମରେ ସଞ୍ଜୟ ମହାନନ୍ଦ, ଟିଙ୍କୁ ଉଗର, ସୁଶାନ୍ତ ମେହେର ଓ ଗ୍ରାମବାସୀ ସହଯୋଗ କରି ଥିଲେ । ଏହା ଆସନ୍ତା ରବିବାର ଦିନ ପର୍ଯ୍ୟନ୍ତ ହେବାକୁ ଥିବା ବେଳେ ପରବର୍ତ୍ତୀ ଦିନ ଗୁଡିକରେ ଦଶୋକଙ୍କ ଭିଡ ଜମିବ ବୋଲି ସଂଘ ତରଫରୁ ଉଦବେଗ ପ୍ରକାଶ ପାଇଛି ବୋଲି ପି.ଇ.ଟି ଶ୍ରୀ ନାୟକ ସୂଚନା ପ୍ରଦାନ କରିଛନ୍ତି ।

7th Kumelsingha Premier League

Attabira Bargarh

Leave a Comment

Your email address will not be published. Required fields are marked *

Scroll to Top