Joint Grievance of Bargarh DM ଝାରବନ୍ଧ ରେ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ବରଗଡ଼/ଝାରବନ୍ଧ: ଝାରବନ୍ଧ ବ୍ଲକ ସଭାଗୃହ ପରିସରରେ ବରଗଡ଼ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ ବରଗଡ ଜିଲ୍ଲାପାଳ ଆଦିତ୍ୟ ଗୋୟେଲ, ଆରକ୍ଷୀ ଅଧୀକ୍ଷକ ପ୍ରହଲ୍ଲାଦ ସାହାୟୀ ମିନା, ପି. ଡି. ଲଲାଟ କୁମାର ଲୁହା, ପଦ୍ମପୁର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଅମ୍ରିତପାଳ କୌର ଯୋଗଦେଇ ଥିବା ବେଳେ ଝାରବନ୍ଧ ବିଡ଼ିଓ ପୁରୁଷୋତ୍ତମ ମିର୍ଦ୍ଧା, ଝାରବନ୍ଧ ତହସିଲଦାର ପ୍ରତାପ ଚନ୍ଦ୍ର ପୁଝାରୀ ପ୍ରମୁଖ ଅଭିଯୋଗ ଶୁଣାଣି ରେସାମିଲ ଥିଲେ l ଆଜିର ଏହି ଜନ ଶୁଣାଣି କାର୍ଯ୍ୟକ୍ରମରେ କୁମୀର ଗ୍ରାମର ଶତାଧିକ ଲୋକଙ୍କ ନାମ ରାସନ କାର୍ଡ ରେ ସଂଯୋଗ ନ ହେବା, କୁମୀର ଏବଂ ଡଭା ଗ୍ରାମର ପାନୀୟ ଜଳ ଯୋଗାଣ ସମସ୍ୟା, ବୀର ସୁରେନ୍ଦ୍ର ସାଏ କୃଷକ ମହାସଂଘ ସଭାଗୃହ ର ବିଲ ନ ହେବା, ଲୋଡ଼ୀଦରହା, ନୀଳଜୀପତ୍ରା ରେ ନେଟୱାର୍କ ସମସ୍ୟା, ଅମଠି ଏବଂ ଲୋଡ଼ୀଦରହା ରେ ଖେଳ ସାମଗ୍ରୀ ବଣ୍ଟନ ସମସ୍ୟା, ଅମଠି ହାଇସ୍କୁଲ ର ଖେଳ ପଡିଆ ସମସ୍ୟା, ଝାରବନ୍ଧ ଗ୍ରାମପଞ୍ଚାୟତ ର ଶକ୍ତି, ଶାଖାଡୁଙ୍ଗୁରି ଓ ଲେରଗାଁ ଛକ ରୁ ଝାରବନ୍ଧ ପର୍ଯ୍ୟନ୍ତ ମାଟି ରାସ୍ତା କୁ ପକ୍କା ରାସ୍ତା ନିର୍ମାଣ, ତୁର୍ଲା ରୁ ପ୍ରତାପପୁର ଏବଂ ପ୍ରତାପପୁର ରୁ ଝାରବନ୍ଧ ମାଟି ରାସ୍ତାକୁ ପକ୍କା ରାସ୍ତା ନିର୍ମାଣ, ଭୂମିହୀନ ଅନୁସୂଚିତ ଜାତି ବର୍ଗ ର ପରିବାର କୁ ଘରଡିହ ପ୍ରଦାନ, ଚୟନ ହୋଇଥିବା ଯୋଗ୍ୟ କଳାକାରଙ୍କୁ କଳାକାର ଭତ୍ତା ପ୍ରଦାନ ରେ ବିଳମ୍ବ, ଆବାସ ଗୃହ, ରାସନ କାର୍ଡ, ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ସହାୟତା,ସୁଭଦ୍ରା ଯୋଜନା ସହାୟତା, କୃଷି, ଜଳସେଚନ,ଭତ୍ତା ଆଦି ବିଷୟରେ ଲୋକେ ଜିଲ୍ଲାପାଳ ଙ୍କୁ ଅଭିଯୋଗ କରିଥିଲେ l ସର୍ବମୋଟ 99 ଗୋଟି ଅଭିଯୋଗ ରୁ 29 ଗୋଟି ଗୋଷ୍ଠୀଗତ ଏବଂ 70 ଗୋଟି ବ୍ୟକ୍ତିଗତ ଅଭିଯୋଗ ହୋଇଛି l ସମାଧାନ ପାଇଁ ଜିଲ୍ଲାପାଳ ବିଭଗୀୟ ଅଧିକାରୀ ଙ୍କୁ ନିର୍ଦେଶ ଦେଇଛନ୍ତି l ଚିକିତ୍ସା ପାଇଁ ଶଶୀରେଖା ଭୋଇ ଙ୍କୁ ରେଡ଼କ୍ରସ ପାଣ୍ଠି ରୁ କୋଡିଏ ହଜାର ଟଙ୍କା ପ୍ରଦାନ କରାଯାଇଛି l ଆଜିର ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ କେତେକ ଅଧିକାରୀ ନିଜ ବିଭାଗ ର ଅଭିଯୋଗ କିପରି ଜିଲ୍ଲାପାଳ ଙ୍କ ପାଖକୁ ନଯିବ ସେଥିପାଇଁ ଲୋକଙ୍କୁ ଭୁଆଁ ବୁଲାଇ ଫେରେଇ ଦେଉଥିବାର ଘଟଣା ବୁଦ୍ଧିଜୀବୀ ମହାଲରେ ଚର୍ଚ୍ଚା ହେଉଛି

Joint Grievance of Bargarh DM Jharbandh Padampur Bargarh

Leave a Comment

Your email address will not be published. Required fields are marked *

Scroll to Top