ଗୁତିପାଲିଠାରେ ୭ମ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ

ବରଗଡ଼/ଅତାବିରା : ବରଗଡ ଜିଲ୍ଲା ଅତାବିରା ଶିକ୍ଷା କାର୍ଯ୍ୟାଳୟ ସିଂହପାଲି କ୍ଲଷ୍ଟରର ସରକାରୀ ପ୍ରାଥମିକ ବିଦ୍ୟାଳୟ ଗୁତିପାଲିଠାରେ ୭ମ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ସି.ଆର୍.ସି.ସି କୃତାର୍ଥ ଚନ୍ଦ୍ର ଭୁଏଙ୍କ ଅଧ୍ୟକ୍ଷତାରେେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସିଂହପାଲି କ୍ଲଷ୍ଟର ଅନ୍ତର୍ଗତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁର୍ଯୋଧନ ମାଝୀ, ଲକ୍ଷ୍ମଣ ସାହୁ, ରବି ବନଛୋର, ସୁନୀଲ କୁମାର ସାହୁ, ସୁରେନ୍ଦ୍ର ମଲ୍ଲିକ, କୌଶିିକ ସାହୁ, ବୀରେନ୍ଦ୍ର ଭୋଇ, ଦୁଃଖିଶ୍ୟାମ ଗଡତିଆ ତଥା ବିଦ୍ୟାଳୟଗୁଡିକର ଏଫ୍.ଏଲ୍.ଏନ୍ ଶିକ୍ଷକ/ଶିକ୍ଷୟିତ୍ରୀ ଲଲିତା ପ୍ରଧାନ, ସୁଶ୍ରୀ ଶକୁନ୍ତଳା ମିଶ୍ର, ସନ୍ଧ୍ୟାରାଣୀ ନାଥ, ରମେଶ ଚନ୍ଦ୍ର ସାହୁ, ସୁଶାନ୍ତ ତ୍ରିପାଠୀ ଆଦି ଯୋଗଦାନ କରିଥିଲେ | ବୈଠକରେ ଡିସେମ୍ବର ମାସର ଶୈଖିକ କ୍ୟାଲେଣ୍ଡର, ନମୂନା ପାଠ ଯୋଜନା,ମାନ ନିର୍ଦ୍ଧାରଣ ଟ୍ରାକର ରେଜିଷ୍ଟର ଇତ୍ୟାଦି ଓ ଭଗ୍ନାଂଶ ଆଧାରିତ ଶିକ୍ଷଣ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା । କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ରବି ବନଛୋର ସ୍ବାଗତ ଭାଷଣ ଦେଇଥିବା ବେଳେ ସହକାରୀ ଶିକ୍ଷକ ସୁବାଷ ମହାନନ୍ଦ ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top