ମାଣିକଚଉଁରାରେ ସପ୍ତମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ

ବରଗଡ଼/ବିଜେପୁର : ବରଗଡ଼ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ମାଣିକଚଉଁରା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସପ୍ତମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ସି.ଆର୍.ସି.ସି ରାଜେଶ୍ବର ବେହେରାଙ୍କ ଅଧ୍ୟକ୍ଷତାରେ କ୍ଷେତରପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୌଦାମିନୀ ମାଝୀ, ସ୍ଥାନୀୟ ସ୍କୁଲର ପ୍ରଧାନଶିକ୍ଷକ ଭୋଜରାଜ ଦୀପ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ବୈଠକରେ ପିଲାମାନଙ୍କ ଶିକ୍ଷଣ ଦକ୍ଷତା ବୃଦ୍ଧି ପାଇଁ ବିଭିନ୍ନ କୌଶଳ ଉପରେ ଆଲୋଚନା କରାଯାଇଥିଲା । ଏଫ୍.ଏଲ୍.ଏନ୍ ପାଠ୍ୟକ୍ରମ ତଥା ଶିକ୍ଷଣ ଶୈଳୀ ସଂପର୍କରେ ଗୀତାଞ୍ଜଳି ସାହୁ ଓ ନମିତା ବେହେରା ବିଶଦ ଆଲୋଚନା କରିଥିଲେ । ଆଗାମୀ ଜାନୁୟାରୀ ମାସରେ ଆୟୋଜିତ ହେବାକୁ ରହିଥିବା ନିପୁଣ ଓଡିଶା କାର୍ଯ୍ୟକ୍ରମ ବିଷୟରେ ଆଲୋଚନା ହୋଇଥିବା ବେଳେ ଏଥିରେ ଦଶ ଗିଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଏଫ୍.ଏଲ୍.ଏନ୍ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ । ବୈଠକ ପରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସ୍ଥାନୀୟ ପୌରାଣିକ ପୀଠ ମାଣିକଚଉଁରା ଡୁଙ୍ଗୁରୀ ପରିଦର୍ଶନ କରିଥିଲେ । ଶିକ୍ଷକ ଜୟନ୍ତ ବିଶି, ବିଦ୍ୟାଳୟ ପରିଚାଳନା କମିଟି ଚେୟାରମେନ ରାମଚନ୍ଦ୍ର ସାହୁ ପ୍ରମୁଖ ବୈଠକ ପରିଚାଳନାରେ ସହଯୋଗ କରିଥିଲେ । ସେହିପରି ଶରତ ପଧାନଙ୍କ ଅଧ୍ୟକ୍ଷତାରେ ଖରମୁଣ୍ଡା କ୍ଲଷ୍ଟରର ସର୍ଗିପାଲି ସେବାଶ୍ରମରେ, ହେମନ୍ତ କୁମାର ଆରୁକଙ୍କ ଅଧ୍ୟକ୍ଷତାରେ ପଥର୍ଲା ଉଚ୍ଚ ବିଦ୍ୟାଳୟରେ, ନବୀନ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ପଡା ସରକାରୀ ଉଚ୍ଚ ବିଦ୍ୟାଳୟରେ, ଡୋଳାମଣି କୁମ୍ଭାରଙ୍କ ଅଧ୍ୟକ୍ଷତାରେ ବଡବ୍ରାହ୍ମଣୀ କ୍ଲଷ୍ଟରର ଏମ.ବାଦିପାଲି ସ୍କୁଲରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସେହିପରି ବାନ୍ଦୁପାଲି କ୍ଲଷ୍ଟରରେ ସି.ଆର୍.ସି.ସି ସୀତାରାମ ଦୀପ, ବଡବାଉଁଶେନରେ ଦୁର୍ବାଦଳ ବଡଗୋଛିଆ, ଲାଉମୁଣ୍ଡାରେ ପ୍ରକାଶ ମହାନନ୍ଦ, ଟି.ଗଣ୍ଡପାଲିରେ ପ୍ରଭାତ ରଞ୍ଜନ ସାହୁ, ଯୋଖିପାଲିରେ ତ୍ରିନାଥ ସେଠ, ବିଜେପୁର କ୍ଲଷ୍ଟରରେ ସି.ଆର୍.ସି ସୁଧାଂଶୁ ଶେଖର ଜାଲଙ୍କ ଅଧ୍ୟକ୍ଷତାରେ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

Leave a Comment

Your email address will not be published. Required fields are marked *

Scroll to Top