ଅମଲିପାଲି ୟୁ.ଜି.ଏଚ୍.ଏସ୍ ରେ ବାର୍ଷିକୋତ୍ସବ ପାଳିତ

ଅମଲିପାଲି ୟୁ.ଜି.ଏଚ୍.ଏସ୍ ରେ ବାର୍ଷିକୋତ୍ସବ ପାଳିତ

ଅତାବିରା/ବରଗଡ଼ : ବରଗଡ ଜିଲ୍ଲା ଅତାବିରା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ସରକାରୀ ଉନ୍ନୀତ ଊଚ୍ଚ ବିଦ୍ୟାଳୟରେ ବାର୍ଷିକୋତ୍ସବ “ମହକ’ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ପ୍ରବୀନା ସୁନାଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ଊପସ୍ଥିତ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ କଲେଜ ଅଧ୍ୟାପକ ବିହାରୀ ବାଗ, ଅମଲିପାଲି ସରପଞ୍ଚ ସୁନନ୍ଦା ବିଶ୍ବାଳ, ତେଜାଗୁଲା ହାଇ ସ୍କୁଲ୍ ଶିକ୍ଷକ ଚନ୍ଦ୍ରକାନ୍ତ ସାହୁ, ଅବସରପ୍ରାପ୍ତ ଶିକ୍ଷକ କର୍ଣ୍ଣ ପ୍ରଧାନ, ପୁରାତନ ଛାତ୍ର ରମାକାନ୍ତ ବିଶ୍ବାଳ, ପ୍ରଦୀପ ମହାପାତ୍ର ଉପସ୍ଥିତ ଥିଲେ । ରବିନ୍ଦ୍ରନାଥ ଭୋଇ ମଞ୍ଚ ପରିଚାଳନା କରିଥିବା ବେଳେ ରିକୁନାଥ ଦାସ ଧନ୍ୟବାଦ ଜ୍ଞାପନ କରିଥିଲେ । ଏସ୍.ଏମ୍.ସି ଚେୟାରପର୍ସନ ଅଶୋକ କୁମାର ସାହୁଙ୍କ ତତ୍ତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ୨୦୨୩-୨୪ ଶିକ୍ଷାବର୍ଷ ଏଚ୍.ଏସ୍.ସି ପରୀକ୍ଷାରେ ବିଦ୍ୟାଳୟର ଟପ୍ପର ଛାତ୍ରୀ ଦିପ୍ତିମୟୀ ମାଝୀ ତଥା ସ୍କଲର ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ ବିଭିନ୍ନ ବିଭାଗର ଚମ୍ପିଆନ ଛାତ୍ରଛାତ୍ରୀ ମହେଶ ଭୁଏ, ଶୃତିମୟୀ ମାଝୀ, ମୌସମ ବାଗ, ଡୋଲେଶ୍ୱରି ରଣା, ଉତ୍କର୍ଷ ବିଶ୍ବାଳ, ଅଙ୍କିତା କୁମ୍ଭାର, ଆଦର୍ଶ ଖଡିଆ, ସବ୍ୟା ବାଗଙ୍କୁ ମାନପତ୍ର ଓ ଟ୍ରଫି ଦେଇ ସମ୍ମାନୀତ କରାଯାଇଥିଲା । ପୁରଷ୍କାର ବିତରଣରେ ଜିତୁ ମହାନନ୍ଦ, ଗୀତା ପଧାନ ଓ ସଞ୍ଜୟ କୁମାର ଭୋଇ ସହଯୋଗ କରିଥିଲେ । ଏହାପରେ ଅନୁଷ୍ଠିତ ଆକର୍ଷଣୀୟ ସାଂସ୍କୃତିକ କାର୍ଯକ୍ରମରେ ପିଲାମାନଙ୍କ ଅନ୍ତର୍ନିହିତ ପ୍ରତିଭା ପ୍ରସ୍ଫୁଟିତ ହୋଇଥିଲା । ପରିଚାଳନା କମିଟୀ, ଗିରିଜା ଏସ୍.ଏଚ୍.ଜି, ତୁଲାରାମ ପଟେଲ, ମଧୁସୂଦନ ରଣା, ଡୋଲେଶ୍ୱର୍ ରଣା, ଶଶିମୁଖି ସାହୁ, ସୌଦାମିନୀ ଭୂଏ ଓ ଛାତ୍ରଛାତ୍ରୀଙ୍କ ସହଯୋଗ ତଥା ଦର୍ଶକଙ୍କ ଉପସ୍ଥିତି ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲା ।

Leave a Comment

Your email address will not be published. Required fields are marked *

Scroll to Top