ବୀରତା ଦିବସ ପାଳନ ଉପଲକ୍ଷେ ଜୋରଦାର ପ୍ରସ୍ତୁତି


ବରଗଡ଼/ଝାରବନ୍ଧ: ଆଜି ଝାରବନ୍ଧ ବ୍ଲକ ସ୍ଥିତ ଚାକଧରା ଡେମ ଠାରେ ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘ ବରଗଡ଼ ଜିଲ୍ଲା ର ଝାରବନ୍ଧ ବ୍ଲକର ସଭାପତି ଚୈତନ୍ୟ ପ୍ରସାଦ ବରିହାଙ୍କ ନେତୃତ୍ୱରେ ସହିଦ ବିର ମାଧୋ ସିଂ ବରିହାଙ୍କ ବୀରତ୍ବର ଗାଥା କୁ ସ୍ମୃତି ଚାରଣ ଉପଲକ୍ଷେ ବିରତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପଶ୍ଚିମ ଓଡିଶା ଆଦିବାସୀ ମହାସଂଘ ର ପ୍ରତିଷ୍ଠାତା ଶ୍ରୀମାନ ଗୋବର୍ଦ୍ଧନ ଭୋଏ ଯୋଗ ଦେଇ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା ପୂର୍ବକ ଆସନ୍ତା ତା ୩୧.୧୨.୨୦୨୪ ଘେସ ଠାରେ ବିରତା ଦିବସ ପାଳନରେ ନିଜ ନିଜର କର୍ତ୍ତବ୍ୟ ବିଷୟରେ ଆଲୋକପାତ କରିଥିଲେ । ଏହି ବୈଠକରେ ଝାରବନ୍ଧ ବ୍ଲକ ର ବିଭିନ୍ନ ପଞ୍ଚାୟତ ରୁ କର୍ମକର୍ତ୍ତା ଯୋଗ ଦେଇଥିଲେ । ବିରତା ଦିବସ ପାଳନ ପାଇଁ ପଶ୍ଚିମ ଓଡିଶା ଆଦିବାସୀ ମହାସଂଘ ତରଫରୁ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଲେ ମହାସଂଘ ର କର୍ମକର୍ତ୍ତା ଙ୍କ ମଧ୍ୟରେ ନୂତନ ଆଶା ଓ ଉତ୍କଣ୍ଠା ଦେଖିବାକୁ ମିଳିଛି । ଏହି ଅବସରରେ ଝାରବନ୍ଧ ବ୍ଲକ ର ପ୍ରତ୍ୟେକ ପଞ୍ଚାୟତ ରୁ କାର୍ଯ୍ୟକର୍ତ୍ତା ଙ୍କ ସହିତ ଆଦିବାସୀ ପରିବାର ଯୁବପିଢ଼ି ବିରତା ଦିବସ ପାଳନ କାର୍ଯ୍ୟକ୍ରମ ରେ କିପରି ଭାବରେ ଯୋଗଦାନ କରିବେ ଏବଂ କାର୍ଯ୍ୟକ୍ରମ ସଫଳ ହେବ ତାହାର କାର୍ଯ୍ୟଧାରା ସମ୍ପର୍କରେ ପ୍ରସ୍ତାବ ହୋଇଥିବା ସୂଚନା ରହିଛି ।

ghess padampur bargarh

Leave a Comment

Your email address will not be published. Required fields are marked *

Scroll to Top