ବିଜେପୁର : ଅଦ୍ୟ ତା.୧୯.୧୨.୨୦୨୪ ଗୁରୁବାର ଦିନ ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ସମଲେଇପଦର ବୃଦ୍ଧାଶ୍ରମରେ ବରିଷ୍ଠ ନାଗରିକ ସଂଘ, ବିଜେପୁର ଆନୁକୁଲ୍ୟରେ ଏକ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସଂଘର ସଭାପତି ନବ କିଶୋର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ସନତ କୁମାର ଗଡତିୟା ଉପସ୍ଥିତ ରହି ମାନବସେବା ଉପଲକ୍ଷେ ସମସ୍ତଙ୍କର କର୍ତ୍ତବ୍ୟ ଓ ଦାୟୀତ୍ବ ସହିତ ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ସମୁଚିତ ଯତ୍ନ ଊପରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବେ ଗୋଷ୍ଠୀ ଚିକିତ୍ସାଧିକାରୀ ସୁଶାନ୍ତ କୁମାର ମେହେର ଉପସ୍ଥିତ ରହି ସ୍ବାସ୍ଥ୍ୟ ଓ ରୋଗ ଉପରେ ଆଲୋଚନା କରିଥିଲେ । ସମ୍ମାନୀତ ଅତିଥି ଭାବେ ପାର୍ବତୀଗିରୀ ବୃଦ୍ଧାଶ୍ରମର ପରିଚାଳକ ଜଲନ୍ଧର ପଟେଲ ଉପସ୍ଥିତ ଥିବା ବେଳେ ବରିଷ୍ଠ ନାଗରିକ ସଂଘର ଉପଦେଷ୍ଟା ଡା.ତହସିଲ ସାହୁ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ ସହିତ ସ୍ବାସ୍ଥ୍ୟ ସମ୍ବଳର ଆବଶ୍ୟକତା ଓ ତାର ଯତ୍ନ ବିଷୟରେ ବୁଝାଇଥିଲେ । ପ୍ରାରମ୍ଭରେ ସଂଘର ସଦସ୍ୟ ଯୋଗେଶ ଚନ୍ଦ୍ର ମେହେର ଅତିଥି ପରିଚୟ ପ୍ରଦାନ କରିଥିଲେ । ସଦସ୍ୟା ସୁଶ୍ରୀ ପ୍ରତିମା ଗୁରୁ ସୁଚାରୁ ରୂପେ ସଭା ପରିଚାଳନା ଦାୟୀତ୍ବ ତୁଳାଇଥିଲେ ଓ ଶେଷରେ ସଦସ୍ୟ ପ୍ରଦୀପ ଗୁରୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଏହି ଅବସରରେ ବରିଷ୍ଠ ନାଗରିକ ସଂଘ ତରଫରୁ ମାନପତ୍ର ଓ ଉପଢୌକନ ଦେଇ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଗଡତିୟାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଭା ପରେ ଉପନୀତ ମାଗଣା ସ୍ବାସ୍ଥ୍ୟ ଚିକିତ୍ସା ଶିବିରରେ ବିଜେପୁର ଗୋଷ୍ଠୀ ଚିକିତ୍ସାଧିକାରୀ ଡା. ସୁଶାନ୍ତ କୁମାର ମେହେରଙ୍କ ନେତୃତ୍ବରେ ସ୍ବାସ୍ଥ୍ୟ ଶିବିର ପରିଚାଳିତ ହୋଇଥିଲା ଏବଂ ଏଥିରେ ବିଜେପୁର ସ୍ବାସ୍ଥ୍ୟକର୍ମୀମାନେ ସହଯୋଗ କରିଥିଲେ । ବୃଦ୍ଧାଶ୍ରମର ସମସ୍ତ ଅନ୍ତେବାସୀଙ୍କ ଟିକିନିଖି ସ୍ୱାସ୍ଥ୍ୟ ପରୀକ୍ଷା ପରେ ଡ଼ାକ୍ତରଙ୍କ ପରାମର୍ଶ କ୍ରମେ କର୍ମଚାରୀମାନେ ଔଷଧ ଦେଇ ତାର ଖାଇବା ସମୟ ଓ ବିଧି ଉପରେ ସଚେତନ କରାଇଥିଲେ। ଶିବିରକୁ ଡ଼ା.ସୁଶାନ୍ତ କୁମାର ମେହେର, ଡା.ତହସିଲ ସାହୁ, ଗୋଷ୍ଠୀ ଜନସ୍ୱାସ୍ଥ୍ୟ ଅଧିକାରୀ ସୁଦାମ ପାଣିଗ୍ରାହୀ, ସମଲେପଦର ସି.ଏଚ.ଓ ସୁଶ୍ରୀ କ୍ରିଷ୍ଣା ରାଉତଙ୍କ ସମେତ ଏସ୍.ଟି.ଏସ୍ ଦେବାଶିଷ ଦେବତା, ନିବାରଣ କୁମୁରିଆ, ଲଙ୍କା ଦେବୀ ପରିଚାଳନା କରିଥିଲେ । ବରିଷ୍ଠ ନାଗରିକ ସଂଘ, ମାନ୍ୟବର ବିଧାୟକ ତଥା ଅତିଥିଗଣଙ୍କ ଉପସ୍ଥିତିରେ ଅନ୍ତେବାସୀଙ୍କ ମନୋବଳ ବଢିଥିବାର ଜଣାପଡିଥିଲା । ବୃଦ୍ଧାଶ୍ରମରେ ଏବେ ୨୪ ଜଣ ଅନ୍ତେବାସୀ ରହୁଥିବା ବେଳେ ସେମାନଙ୍କର ସେବା ପାଇଁ ମୁଁ ଓ ମୋର ପରିବାର ଆଜୀବନ ଉତ୍ସର୍ଗୀକୃତ ବୋଲି ପରିଚାଳକ ଜଳନ୍ଧର ପଟେଲଙ୍କୁ ପଚାରିବାରୁ ପ୍ରତିକ୍ରିୟା ରଖିଥିଲେ ।
bijepur bargarh padampur



