ବିଜେପୁର : ବରଗଡ ଜିଲ୍ଲା ବିଜେପୁର ଶିକ୍ଷକ ଭବନ ଠାରେ କନିଷ୍ଠ ଶିକ୍ଷକ ସଂଘ ତରଫରୁ ନବ ନିଯୁକ୍ତ କନିଷ୍ଠ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଉଦ୍ଦେଶ୍ୟରେ ରାଜ୍ୟ କନିଷ୍ଠ ଶିକ୍ଷକ ସଂଘର ସମ୍ପାଦକ ସୌମ୍ୟରଞ୍ଜନ ପଧାନଙ୍କ ସଭାପତିତ୍ବରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା । ସଭାରେ ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ଗୋଳାପଫୁଲ ଓ ଉପହାର ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାାଇଥିବା ବେଳେ ସମସ୍ତେ ନିଜ ନିଜର ପରିଚୟ ପ୍ରଦାନ କରିଥିଲେ । ନବ ନିଯୁକ୍ତ ଶିକ୍ଷକମାନେ କିପରି ନିଷ୍ଠାବାନ, ଦାୟୀତ୍ବସମ୍ପନ୍ନ ଭାବେ କାର୍ଯ୍ୟପନ୍ଥାକୁ ଆଗେଇ ନେବେ ସେ ବିଷୟରେ ସଭାରେ ବରିଷ୍ଠ ଶିକ୍ଷକମାନେ ଦିଗଦର୍ଶନ ଦେଇଥିଲେ । ସର୍ବ ସମ୍ମତି କ୍ରମେ ସଂଘର ପୁନର୍ଗଠନ ପାଇଁ ପ୍ରସ୍ତାବ ଆଗତ ହୋଇଥିବା ବେଳେ ନୂତନ କର୍ମକର୍ତ୍ତା ଭାବେ ସଭାପତି ଭାବେ ଅଭିଷେକ ଦାଶ, ଉପ-ସଭାପତି ହୃଦାନନ୍ଦ ବାଗ ଓ ଆଶ୍ରାଣୀ ସଏ, ସମ୍ପାଦକ ମୋନାଲିଶା ସାହୁ, ସହ- ସମ୍ପାଦକ ଯୋଗାଶିଷ ପଧାନ ଓ ସୁଶ୍ରୀରେଖା ମହଲି, କୋଷାଧ୍ୟକ୍ଷ ରିକି ପଧାନ, ମିଡିଆ ପ୍ରଭାରୀ ଭାବେ ରଘୁନାଥ ବାଗ ଓ ପ୍ରଜ୍ଞାନ ବିଶ୍ବାଳଙ୍କୁ ସଂଘର ସମସ୍ତ ଦାୟୀତ୍ବ ପ୍ରଦାନ କରାଯାଇଥିଲା । ଶେଷରେ ଶିବାନନ୍ଦ ଦାଶ ଧନ୍ୟବାଦ ଜ୍ଞାପନ କରିଥିଲେ ।
bijepur bargarh padampur



