Paikmal Girl selected to play in National Level School Kabaddi ଜାତୀୟ ସ୍କୁଲ କବାଡି ପ୍ରତିଯୋଗିତା ଖେଳିବେ ପାଇକମାଲ ର ଝିଅ

ବରଗଡ଼/ପାଇକମାଲ : ମହାରାଷ୍ଟ୍ରର ଅମରାବତୀ ଠାରେ ଜାତୀୟ ସ୍କୁଲ କବାଡି କ୍ରୀଡା ପ୍ରତିଯୋଗିତାରେ ଖେଳିବାକୁ ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ଇନ୍ଦୁରେଖା ଧରୁଆ ୧୪ ବର୍ଷରୁ କମ ବୟସ ସ୍କୁଲ କବାଡି କ୍ରୀଡାରେ ଭାଗ ନେବା ପାଇଁ ମନୋନୀତ ହୋଇ ବିଦ୍ୟାଳୟ ଏବଂ ରହୁଥିବା ମାଣ୍ଡୋସିଲ କସ୍ତୁରବା ଗାନ୍ଧୀ ଛାତ୍ରୀ ନିବାସ ପାଇଁ ଗୌରବ ଆଣିଛନ୍ତି । ସୁନ୍ଦରଗଡ଼ରେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ନିକଟରେ ବରଗଡ ଜିଲ୍ଲାରୁ ପ୍ରତିନିଧିତ୍ୱ କରି ସେ ଉତ୍ତମ ଖେଳ ପ୍ରଦର୍ଶନ କରିଥିଲେ । ତାଙ୍କ ଏହି ସଫଳତା ପାଇଁ ମାଣ୍ଡୋସିଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଭାତ ମିଶ୍ର, ବିଦ୍ୟାଳୟର ଗାଇଡ଼ ଶିକ୍ଷକ ଅଜିତ ପ୍ରଧାନ, କ୍ରୀଡା ଶିକ୍ଷକ ଚମ୍ପେଶ୍ୱର ହଂସ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ପାଇକମାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧଳେନ୍ଦ୍ର ବାରିକ, ପାଇକମାଲ ବ୍ଲକର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଛାତ୍ରୀଛାତ୍ରୀ ଶୁଭେଚ୍ଛା ଜଣାଇଛନ୍ତି ।

Paikmal Girl selected to play in National Level School Kabaddi

Leave a Comment

Your email address will not be published. Required fields are marked *

Scroll to Top