5th Sports ceremony of Radiance Institute Inaugurated ଉଦଘାଟିତ ହେଲା ରେଡିଏନ୍ସ୍ ଶିକ୍ଷାନୁଷ୍ଠାନର ପଞ୍ଚମ କ୍ରିଡ଼ା ସମାରୋହ

ବରଗଡ଼/ବିଜେପୁର : ବରଗଡ଼ ଜିଲ୍ଲା ବିଜେପୁର ରେଡିଏନ୍ସ୍ ଶାିକ୍ଷାନୁଷ୍ଠାନରେ ବାର୍ଷିକ କ୍ରୀଡା ଉତ୍ସବ ମହାସମାରୋହରେ ପାଳନ ହେଉଛି । ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଅଜିତ କୁମାର ମେହେର ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଏହାକୁ ସାମୁହିକ ଭାବେ ଉଦଘାଟିତ କରିଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଫେସର୍ ଘନଶ୍ୟାମ ମେହେର, ଏକାଡେମିକ୍ ଡାଇରେକ୍ଟର୍ ଗୋବିନ୍ଦ ମେହେର, ଏଡମିଷ୍ଟ୍ରେଟିଭ୍ ଡାଇରେକ୍ଟର୍ ନେତ୍ରମଣୀ ମେହେର, ସ୍କୁଲ ଅଧ୍ୟକ୍ଷା ଶ୍ରୀମତୀ ମୋହିନୀ ମେହେର, ଉପାଧ୍ୟକ୍ଷ ସଞ୍ଜୟ ବାରିକ ଯୋଗଦେଇ ସମରୋହରେ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହିତ ମଣିଷ ପାଇଁ କ୍ରୀଡାର ମହତ୍ୱ ଉପରେ ଆଲୋକପାତ କରିଥିଲେ। କ୍ରୀଡାରେ ନର୍ସରୀରୁ ଆରମ୍ଭ କରି ଯୁକ୍ତଦୁଇ ପ୍ରଥମ ଓ ଦ୍ୱିତୀୟ ବର୍ଷରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ଭାଗ ନେଇ ନିଜ ନିଜର ପାରଦର୍ଶିତା ଦେଖାଇବାର ସୁଯୋଗ ପାଇବେ । ଏଥିରେ ଅଧ୍ୟାପକ/ଅଧ୍ୟାପିକା, ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ସମେତ ସମସ୍ତ କର୍ମଚାରୀ ଓ କ୍ରୀଡା ଶିକ୍ଷକ ସୁବ୍ରତ କୁମାର ବାରିକ ପରିଚାଳନା ଦାୟୀତ୍ବରେ ରହିଛନ୍ତି । ସ୍ବୟଂ ସେବକ ଛାତ୍ରଛାତ୍ରୀମାନେ କ୍ରୀଡା ପରିଚାଳନାରେ ସହଯୋଗ କରିବା ଦାୟୀତ୍ବ ପାଇଛନ୍ତି । ସ୍କୁଲର କୁନି ଛାତ୍ରଛାତ୍ରୀ ସମେତ ଶିକ୍ଷାନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ ଉତ୍ସାହର ସହିତ ଖେଳରେ ପ୍ରଦର୍ଶନ ଆରମ୍ଭ କରିଥିବା ବେଳେ ଏହା ତା.୨୯.୧୧.୨୦୨୪ ରୁ ତା.୦୧.୧୨.୨୦୨୪ ପର୍ଯ୍ୟନ୍ତ ଅବ୍ୟାହତ ରହିବ ବୋଲି ଉପାଧ୍ୟକ୍ଷ ସଞ୍ଜୟ ବାରିକ ସୂଚନା ଦେଇଛନ୍ତି

Leave a Comment

Your email address will not be published. Required fields are marked *

Scroll to Top