Signature Campaign To stop transfer of Blood Bank : ରକ୍ତ ଭଣ୍ଡାର ସ୍ଥାନାନ୍ତରଣ ପ୍ରତିବାଦରେ ବରଗଡ଼ରେ ଦସ୍ତଖତ ଅଭିଯାନ ଆରମ୍ଭ

ବରଗଡ଼ : ବରଗଡ଼ ପୁରୁଣା ହସ୍ପିଟାଲରୁ ରକ୍ତ ଭଣ୍ଡାର ସ୍ଥାନାନ୍ତରଣ ପ୍ରତିବାଦ ରେ ଶୁକ୍ରବାର ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି। ପୁରୁଣା ହସ୍ପିଟାଲ ପରିସରରୁ ଏହି ଅଭିଯାନକୁ ପ୍ରଥମ ପର୍ଯ୍ୟୟ ରେ ଆରମ୍ଭ କରାଯାଇ ଥିବା ବେଳେ ପ୍ରଥମ ଦିନରେ ୩ ଶହ ରୁ ଉର୍ଦ୍ଧ ଲୋକଙ୍କ ଦସ୍ତଖତ କରାଯାଇଛି। ଯେଉଁ ଥିରେ ରୋଗୀ, ସମ୍ପର୍କୀୟ, ଛାତ୍ର ଛାତ୍ରୀ, ମୁସଲିମ ସମାଜ ର ଅନେକ ନାଗରିକ ଏହି ଦସ୍ତଖତ କରି ଥିଲେ, ଏହା ଗୋଟିଏ ସପ୍ତାହ ବ୍ୟାପି ଚାଲିବ ଓ ଜନ ଜାଗରଣ ସୃଷ୍ଟି କରାଯିବ ବୋଲି ହସ୍ପିଟାଲ ବଞ୍ଚାଅ ଅଭିଯାନ ର ସଦସ୍ୟ ଭବାନୀ ସାହୁ କହିଛନ୍ତି। ରକ୍ତ ସଂଗ୍ରହ ଓ ରକ୍ତ ଦାତା ଯୋଗାଡ଼ କରିବାରେ ବରଗଡ ସହର ଲୋକଙ୍କ ପାଇଁ ବେଶ ସହଯୋଗୀ ହୋଇଥାଏ ତେଣୁ ଏହାକୁ ଅନ୍ୟତ୍ର ସ୍ଥାନାନ୍ତରଣ କଲେ ବହୁତ ସମସ୍ୟା ଉପୁଜିବ ବୋଲି ରାଜେନ୍ଦ୍ର ଶିକନ୍ଦର କହିଛନ୍ତି। ଅନ୍ୟମାନଙ୍କୁ ମଧ୍ୟରେ କିଶୋର ସାହୁ, ରାଜୁ ଅଗ୍ରୱାଲ,ସାରଥୀ ମେହେର, ଶିବାନନ୍ଦ ମଟାରୀ,ରବୀନ୍ଦ୍ର କୁମ୍ଭାର, ନିଖିଳ ପାଣିଗ୍ରାହୀ ଉପସ୍ଥିତ ଥିଲେ।

Leave a Comment

Your email address will not be published. Required fields are marked *

Scroll to Top