ବରଗଡ଼/ଝାରବନ୍ଧ: ବରଗଡ ଜିଲ୍ଲା ରେ ବିଗତ ଦିନରେ ଏକ କଫ ସିରଫ ଗ୍ୟାଙ୍ଗ କୁ ବରଗଡ ପୋଲିସ ଧରିଥିଲା l ଆଇନ କାନୁନ କୁ ଖାତିର ନ କରି ଦିନକୁ ଦିନ କଫ ସିରଫ ବେପାରୀ ଏବଂ ଗ୍ରାହକ ବଢ଼ୁଥିବା ବେଳେ ଜଗଦଳପୁର ପୋଲିସ କୁ ବଡ଼ ସଫଳତା ମିଳିଛି | ଜଗଦଳପୁର ପୋଲିସ ଗତ ରାତିରେ ପାଟ୍ରୋଲିଂ କରୁଥିବା ସମୟରେ ଚଣ୍ଡୀଭଟା ଠାରେ ଜଣେ କଫ ସିରଫ ବେପାରୀ କୁ ଗିରଫ କରିଛି | ପେଟ୍ରୋଲିଙ୍ଗ ସମୟରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏହି ବେପାରୀକୁ ଧରିଛି ଜଗଦଳପୁର ପୋଲିସ | ଗିରଫ ବେପାରୀ ଜଣକ ଜଗଦଳପୁର ଥାନା ଅନ୍ତର୍ଗତ ଚଣ୍ଡୀଭଟା ଗ୍ରାମର ଗୁରୁଦେବ ସେଠ (52) ହୋଇଥିବା ପୋଲିସ ସୂଚନା ଦେଇଛି | ସେହି ବେପାରୀ ଠୁ 100 ମିଲି ବିଶିଷ୍ଟ 15 ଗୋଟି ସିଲ ଏବଂ 10 ଗୋଟି ଖାଲି କଫ ସିରଫ( କୋଡେନ ଫସଫେଟ୍ ଏବଂ ଟ୍ରିପ୍ରୋଲିଡାଇନ୍ ହାଇଡ୍ରୋକ୍ଲୋରିଡ୍) ବୋତଲ ଜବତ କରିଛି | ଏଥି ସହ ଗୋଟିଏ ଷ୍ଟ୍ରିପ ନାଇଟ୍ରୋ ସନ -10 ଟ୍ୟାବଲେଟ୍( ଅନିଦ୍ରା ଚିକିତ୍ସା ପାଇଁ ବ୍ୟବହୃତ ହୋଇଥାଏ ), 5 ଲିଟର ଅପମିଶ୍ରିତ ମଦ , 5 ଲିଟର ଦେଶୀ ରନ୍ଧା ମଦ, 10ଟି ଡିସପୋଜଲ ଗ୍ଲାସ , ଗୋଟିଏ କିପ୍ୟାଡ଼ ଫୋନ , ଏବଂ ନଗଦ 14260/- ଟଙ୍କା ଜବତ କରିଛି | ଜଗଦଳପୁର ଥାନା କେଶ ନଂ 202 ତା: 29.11.2024 ର ଏକ ମାମଲା ରୁଜୁ କରି ପୋଲିସ ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି | ଏହି କଫ ସିରଫ ରାକେଟ ରେ ବଡ଼ ବଡ଼ ହସ୍ତୀ ଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ଆଗାମୀ ଦିନରେ ପୋଲିସ କଡା ନଜର ରଖିବା ପାଇଁ ଜନସାଧାରଣ ରେ ଦାବୀ ହେଉଛି




