Constitution Day Celebration-Bijepur: ଡ.ଦାନେଶ ଅଗ୍ରଓ୍ବାଲାଙ୍କ କବିତା ସଙ୍କଳନ “କଳ୍ପିତା” ଉନ୍ମୋଚିତ

ବିଜେପୁର : ବରଗଡ ଜିଲ୍ଲା ବିଜେପୁର ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନ ଏବଂ ଜାତୀୟ ସେବା ଯୋଜନାର ମିଳିତ ଉଦ୍ୟମରେ ଜାତୀୟ ସମ୍ବିଧାନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦୀପ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାର ପରିଚାଳିତ ଉକ୍ତ ସମାରୋହ ପ୍ରାରମ୍ଭରେ ରାଜନୀତି ବିଭାଗର ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ମଞ୍ଚାସୀନ ଅତିଥିମାନଙ୍କ ଦ୍ୱାରା ଡ଼.ବି.ଆର୍ ଆମ୍ବେଦକରଙ୍କର ଫୋଟୋଚିତ୍ରରେ ପୁଷ୍ପମାଲ୍ୟ ଦେବା ସହ ଦୀପ ପ୍ରଜ୍ବଳନ କରିଥିଲେ । ରାଜନୀତି ବିଜ୍ଞାନ ଅଧ୍ୟାପକ ଶ୍ରୀଯୁକ୍ତ ରମେଶ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ସଭାପତି ଶ୍ରୀଯୁକ୍ତ ମିଶ୍ର ସାମ୍ବିଧାନିକ ନୀତି ନିୟମ ପ୍ରତି ସମସ୍ତ ଛାତ୍ରଛାତ୍ରୀ ତଥା ଅଧ୍ୟାପକ/ଅଧ୍ୟାପିକାଙ୍କୁ ସଚେତନ କରିଥିଲେ । ଏହି ସଭା ସମ୍ମାନୀତ ଅତିଥି ସରୋଜ କୁମାର ପାଣିଗ୍ରାହୀ ବୃହତ ଜନତାଙ୍କ ଶୃଙ୍ଖଳିତ ଜୀବନଯାପନ ପାଇଁ ସମ୍ବିଧାନର ଆବଶ୍ୟକତା ସମ୍ପର୍କରେ ଅଭିଭାଷଣ ରଖିଥିଲେ । ମୁଖ୍ୟବକ୍ତା ଶ୍ରୀଯୁକ୍ତ ଅମୁଲ୍ୟନିଧି ପଧାନ ସମ୍ବିଧାନ ସମ୍ପର୍କୀୟ ପୁଙ୍ଖାନୁପୁଙ୍ଖ ବିବରଣୀ ସମ୍ପର୍କରେ ଅବଗତ କରାଇଥିଲେ । ଜାତୀୟ ସେବା ଯୋଜନାର ସଂଯୋଜିକା ତଥା ଇଂରାଜୀ ଅଧ୍ୟାପିକା ଶ୍ରୀମତୀ ପ୍ରତୀକ୍ଷା ସେଠ୍ ସଭା ସଂଯୋଜନା କରିଥିବା ବେଳେ ସମସ୍ତ ଦାୟିତ୍ୱର ଭାର ନେଇଥିବା ରାଜନୀତି ବିଜ୍ଞାନ ଅଧ୍ୟାପିକା ମଣ୍ଟି ବିଶି ଧନ୍ୟବାଦ ଜ୍ଞାପନ କରିଥିଲେ । ସଭାରେ ପ୍ରାଧ୍ୟାପକ ମହେନ୍ଦ୍ର ପଧାନ, ପ୍ରାଧ୍ୟାପକ ପ୍ରଶାନ୍ତ ସାହୁ, ପ୍ରାଧ୍ୟାପକ ଯୋଗେଶ ଚନ୍ଦ୍ର ଭୋଇ, ଡ. ଦିନେଶ ଅଗ୍ରଓ୍ବାଲା, ଅଧ୍ୟାପକ ସୁରେନ୍ଦ୍ର ସାହୁ, ଅଧ୍ୟାପକ ଶାନ୍ତନୁ ସାହୁ, ଅଧ୍ୟାପକ ରବିକାନ୍ତ ମହାନନ୍ଦ, ଅଧ୍ୟାପକ ଗଣେଶ ସାହୁ, ଅଧ୍ୟାପକ ପଦ୍ମଲୋଚନ ଷାଣ୍ଢ, ପି.ଇ.ଟି ସାନନ୍ଦ ସେଠ୍, ଅଧ୍ୟାପିକା ଅନୁକମ୍ପା ପଧାନ, ଝରଣା ମହାକୁର, ସନ୍ତୋଷିନୀ ପଧାନ, ମାନସୀ ମହାରଣା, ସ୍ବାଗତିକା ଗଡ଼ତିଆ, ନମ୍ରତା ପଧାନ, ମିନାକ୍ଷୀ ପଧାନ ଉପସ୍ଥିତ ଥିଲେ । ଏହି ଅବସରରେ ଡକ୍ଟର ଦିନେଶ ଅଗ୍ରଓ୍ବାଲାଙ୍କ କବିତା ସଙ୍କଳନ ପୁସ୍ତକ “କଳ୍ପିତା” (ହିନ୍ଦୀ ଅନୁବାଦ) ଉନ୍ମୋଚିତ ହୋଇଥିଲା । ସଭା ଶେଷରେ ଅଧ୍ୟକ୍ଷଙ୍କ ସମେତ ସମସ୍ତ ଅଧ୍ୟାପକ/ଅଧ୍ୟାପିକା, ଛାତ୍ରଛାତ୍ରୀ ସମ୍ବିଧାନର ପ୍ରସ୍ତାବନା ପାଠ କରିଥିଲେ । ଦ୍ବିତୀୟ ଅଧିବେଶନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଭିତ୍ତିକ ପ୍ରତିଯୋଗିତା କରାଯିବା ସହିତ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରଷ୍କୃତ କରାଯାଇଥିଲା ।

Leave a Comment

Your email address will not be published. Required fields are marked *

Scroll to Top