ଭୁବନେଶ୍ୱର : ଆଇଏଏସ୍ ସୁଜାତା କାର୍ତ୍ତିକେୟନ ଗତ ୬ ମାସ ଧରି ଛୁଟିରେ ରହିଥିଲେ । ମେ’ ୩୧ ରୁ ୬ମାସ ଛୁଟିରେ ଯାଇଥିବା ସୁଜାତା ପୁଣିଥରେ ନିଜର ଛୁଟିକୁ ଆଉ ୬ ମାସ ବୃଦ୍ଧି ପାଇଁ କରି କରିଥିବା ଆବେଦନକୁ ରାଜ୍ୟ ସରକାର ଖାରଜ କରିଛନ୍ତି ଏହା ସହିତ ଆସନ୍ତା କାଲି ଅର୍ଥାତ ନଭେମ୍ବର ୨୭ ରୁ ଚାକିରିରେ ଯୋଗ ଦେବା ପାଇଁ ପରାମର୍ଶ ଦେଇଛନ୍ତି । ନିଜ ସନ୍ତାନର ଯତ୍ନ ନେବା ଦର୍ଶାଇ ସୁଜାତା ନଭେମ୍ବର ୨୬ ତାରିଖ ପଯ୍ର୍ୟନ୍ତ ଛୁଟି ମାଗିଥିଲେ, ଯାହାକୁ ତତକାଳୀନ ମୁଖ୍ୟ ସଚିବ ଅନୁମୋଦନ କରିଥିଲେ । ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ମନୋଜ କୁମାର ମହାନ୍ତି ଆଜି ୨୦୦୦ ବ୍ୟାଚ୍ ଆଇଏଏସ୍ ସୁଜାତାଙ୍କୁ ଚିଠି ଲେଖ୍ ତାଙ୍କର ଛୁଟି ଆବେଦନକୁ ରାଜ୍ୟ ସରକାର ଖାରଜ କରିଛନ୍ତି ବୋଲି ଅବଗତ କରାଇଛନ୍ତି । ସୁଜାତା ନଭେମ୍ବର ୨୭ରୁ ଆଉ ୬ ମାସ ପାଇଁ ଛୁଟିରେ ରେ ଯିବାକୁ ଗତ ନଭେମ୍ବର ୪ ତାରିଖରେ ମୁଖ୍ୟ ସଚିବଙ୍କୁ ଲିଖିତ ଅନୁରୋଧ କରିଥିଲେ । ତାଙ୍କୁ ଅଧିକ ଛୁଟି ଦେବା ପାଇଁ ସରକାର ରାଜି ନ ଥିବା ନେଇ ସୁଜାତାଙ୍କୁ ଲିଖିତ ଭାବେ ଶ୍ରୀ ମହାନ୍ତି ସ୍ପଷ୍ଟ କରିବା ସହ ନଭେମ୍ବର ୨୭ରୁ କାର୍ଯ୍ୟରେ ଯୋଗ ଦେବାକୁ କହିଛନ୍ତି ।




