Migrant Labour rescued in Paikmal : ପାଇକମାଳ ବ୍ଲକ ଅଞ୍ଚଳରେ ଦାଦନ ଶ୍ରମିକ ଉଦ୍ଧାର

ଵରଗଡ/ପାଇକମାଳ: ପାଇକମାଳ ବ୍ଲକ ଅନ୍ତର୍ଗତ ଝାରବନ୍ଧ ଗ୍ରାମ ପଞ୍ଚାୟତ ଅଞ୍ଚଳରେ ୧୨ ଜଣ ଦାଦନ ଶ୍ରମିକ କୁ ଉଦ୍ଧାର କରିଛି ପାଇକମାଳ ପୋଲିସ । ପ୍ରାପ୍ତ ସୂଚନା ଅନୁଯାୟୀ ପାଇକମାଳ ପୋଲିସ ରାତ୍ର ପେଟ୍ରୋଲିଂ କରୁଥିବା ବେଳେ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଦାଦନ ଶ୍ରମିକ ଚାଲାଣ ହେଉଥିବା ବିଶ୍ଵସ୍ଥ ସୂତ୍ରରୁ ଖବର ପାଇଥିଲେ । ଖବର ପାଇ ଥାନା ଅଧିକାରୀ ସୁଶାନ୍ତ କୁମାର ପ୍ରଧାନ ଙ୍କ ନିର୍ଦ୍ଦେଶ କ୍ରମେ ଏଏସଆଇ ବିଜୟ କୁମାର କନ୍ଧେର ଓ ଏଏସଆଇ ମୋହନ ସୁନ୍ଦର ବାଗ ଙ୍କ ସହ ପୋଲିସ ଟିମ୍ ଝାରବନ୍ଧ ଗ୍ରାମରେ ପହଞ୍ଚି ୧୨ ଜଣ ଦାଦନ ଶ୍ରମିକ ଙ୍କୁ ଉଦ୍ଧାର କରିଥିଲେ ଏବଂ ଲେବର ସର୍ଦ୍ଦାର ଝାରବନ୍ଧ ଗ୍ରାମ ପଞ୍ଚାୟତ ଜଳଗଡ ଗ୍ରାମର ପ୍ରେମାଲାଳ ବୁଡେକ ଓ ଝାରବନ୍ଧ ଗ୍ରାମର ଶୁଭ ମାଝି କୁ ଗିରଫ କରିଥିଲେ । ଏନେଇ ପାଇକମାଳ ଥାନାରେ କେଶ ସଂଖ୍ୟା ୩୦୦/୨୪ ଧାରା ୧୪୩(୨)୧୪୩(୩)୧୪୬୩୧୮(୨)(୩)୧୧୧(୩)୩(୫) ଭାରତୀୟ ନ୍ୟାୟ ସଂହିତା ,ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ଅଧିନିୟମ ୧୯୭୯ ଅନୁଯାୟୀ ଏକ ମାମଲା ରୁଜୁ କରିଵା ସହ ଦୁଇ ଲେବର ସର୍ଦ୍ଦାର କୁ କୋର୍ଟ ଚାଲାଣ କରାଯାଇଛି ।ବୋଲି ପାଇକମାଳ ଥାନା ଅଧିକାରୀ ସୁଶାନ୍ତ କୁମାର ପ୍ରଧାନ ସୂଚନା ଦେଇଛନ୍ତି ।‌‌ ‌

Leave a Comment

Your email address will not be published. Required fields are marked *

Scroll to Top